99

ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରକ୍ତଦାନ କରି ବଞ୍ଚାଇଲେ ଦୁଇ ପ୍ରସୂତି ମହିଳାଙ୍କ ଜୀବନ

ମାଲକାନଗିରି ,୩୦/୧୦ ( ଭିକି ବାରିକ/ଶ୍ରୀନିବାସ ପଣ୍ଡା) :  ଗତ ବୁଧବାର ସନ୍ଧ୍ୟାରେ ମାଥିଲି ମେଡିକାଲ ରେ ଭର୍ତ୍ତି ହୋଇଥିବା ଦୁଇ ଜଣ ପ୍ରସୂତି ମହିଳାଙ୍କ  ସୁକ୍ରି କୱାସୀ B(+VE) (2UNIT) ଓ କୂନ୍ତୀ ଦୂରୁଆ AB (+VE) (1UNIT) ଅତ୍ୟନ୍ତ ଜରୁରୀ ପଡିଥିଲା । ମାଥିଲି ମେଡିକାଲ ରେ ରକ୍ତର ଅଭାବ ଥିବାରୁ ସେମାନଙ୍କ ସମ୍ପର୍କୀୟ ମାନେ ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଭାବେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ରକ୍ତଦାତା  ସିପୁନ କୁମାର ନାୟକ B (+Ve) , ସୁରେନ୍ଦ୍ର ମାଡକାମୀ B (+ve) ଓ ହେମନ୍ତ ଖରା AB (+ve) ରକ୍ତଦାନ କରାଇଥିଲେ । ଏହି ସମୟରେ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ ଓ ରେଡକ୍ରସ ସୋସାଇଟି ତରଫରୁ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଥିବା ସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜୁ ଶିଶା,ଏ ରାଜୁ,ମନୋଜ ପଟ୍ଟନାୟକ,ସୁକେଶ ସୁନା,କେ.ରାହୁଲ ରାଓ,ପ୍ରକାଶ କୁମାର,ସତ୍ୟଜିତ ଗୌଡ ମାନେ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!