35

ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଶରୀରରେରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି

ଭୁବନେଶ୍ଵର ୩୦।୧୦:   ଭୁବନେଶ୍ଵରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏହା କହିଛନ୍ତି କରୋନା ଲଢେଇରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ଏବେ ମଧ୍ୟ ରାଜଧାନୀରେ ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁନି। ତେଣୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ବାଗ୍‌ଚୀ କହିଛନ୍ତି। ଆରଏମଆରସି ନିର୍ଦ୍ଦେଶିକ ଡାକ୍ତର ସଂଘମିତ୍ରା ପତି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, କରୋନା ମହାମାରୀ ବିରୋଧରେ ଭୁବନେଶ୍ଵରବାସୀଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି ନାହିଁ ତାହା ଜାଣିବା ପାଇଁ ତିନୋଟି ପର୍ଯ୍ୟାୟରେ ସେରୋ ସର୍ଭେ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସରୋ ସର୍ଭେ ପରେ ସୂଚନା ଦେଇ ଡାକ୍ତର ପତି କହିଛନ୍ତି ସର୍ଭେ ଅନୁଯାୟୀ ରାଜଧାନୀର ୫୦ ପ୍ରତିଶତ ଲୋକଙ୍କୁ କରୋନା ସ୍ପର୍ଶ କରି ସାରିଛି। ଏହା ପରେ ଯାଇ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। ଧିରେ ଧିରେ ଏହି ଆଣ୍ଟିବଡି ଭୁବନେଶ୍ଵରବାସୀଙ୍କ ଶରୀରରେ ବିକଶିତ ହୋଇଛି। ସେ କହିଛନ୍ତି ଜୁଲାଇ ୧୧ରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ମାତ୍ର ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ହୋଇଥିଲା। ଅର୍ଥାତ ୯୯ ପ୍ରତିଶତ ଲୋକ କରୋନା ସଂକ୍ରମଣ ବିପଦରେ ଥିଲେ। ଏହା ପରେ ଅଗଷ୍ଟ ୨୮ରେ ଦ୍ଵିତୀୟ ପର୍ଯ୍ୟାୟ ସରୋ ସର୍ଭେ କରାଯାଇଥିଲା। ଏଥିରେ ୫.୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଥିଲା। ପୁଣି ଥରେ ଆଣ୍ଟିବଡ ଜାଣିବା ପାଇଁ ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସର୍ଭେରେ ହିଁ ଆଶ୍ଵସ୍ତିକର ଖବର ଆସିଛି। ଭୁବନେଶ୍ଵରର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ରହିଛି।ଡାକ୍ତର ପତି କହିଛନ୍ତି ଗୋଟିଏ ପ୍ରକ୍ରିୟା  ହିଁ ସବୁ ସର୍ଭେ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୨୫ଟି ଓ୍ଵାର୍ଡରୁ ୧୪୦୩ ନମୂନ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଭୁବନେଶ୍ଵରର ୫୫ ନମ୍ବର ଓ୍ଵାର୍ଡରୁ ସର୍ବନିମ୍ନ ୨୮ ପ୍ରତିଶତ ଲୋକଙ୍କଠାରେ ଏବଂ ୧୬ ନମ୍ବର ଓ୍ଵାର୍ଡରୁ ସର୍ବାଧିକ ୬୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ମିଳିଥିଲା। ୯୦ ପ୍ରତିଶତ ଲୋକଙ୍କ ଦେହରେ କରୋନାର ଲକ୍ଷଣ ନଥିଲା ବୋଲି ସେ କହିଛନ୍ତି।ଏହି ପରି ୫ଟି ଓ୍ଵାର୍ଡରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। କିନ୍ତୁ ସର୍ଭେ ଅନୁଯାୟୀ ଏ ଯାଏ ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁନି। ଅର୍ଥାତ ଏହି ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇନାହିଁ। ତେଣୁ ଏବେ ବି ସେମାନେ ସମ୍ବେଦନଶୀଳ ଅଛନ୍ତି। ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଯେମିତି ଚାଲିଛି ଏହି ପ୍ରକ୍ରିୟା ଆଗକୁ ନେବାକୁ ପଡିବ। ସେଥିପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି।ସେ କହିଛନ୍ତି ଏବେ ଋତୁ ପରିବର୍ତ୍ତନ ହେଉଛି। ଶୀତର ଆଗମନ ହୋଇଛି। ଲୋକଙ୍କୁ ଥଣ୍ଡା, କାଶ ହେବାର ସମ୍ଭାବନା ରହିଛି। ତେଣୁ ସାମାଜିକ ଦୂରତା ଏବଂ ମାସ୍କ ନିୟମକୁ କଡାକଡି ପାଳନ କରିବା ଜରୁରୀ। ଏହାପରେ ସୁବ୍ରତ ବାଗଚୀ କହିଛନ୍ତି ଭାରତରେ କିଛି ବଛା ବଛା ରାଜ୍ୟ ମଧ୍ୟରୁ ଓଡିଶା ଅନ୍ୟତମ ରହିଛି, ଯେଉଁଠି ସେରୋ ସର୍ଭେ କରାଯାଇଛି। କରୋନ ବିପକ୍ଷ ଲଢେଇରେ ଓଡିଶା ମୋଡେଲ୍‌କୁ ବିଶ୍ଵ ମଧ୍ୟ ଗ୍ରହଣ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!