22

ରାସ୍ତା ଉପରେ ଜଳିଗଲା ଟ୍ରକ୍

କେନ୍ଦୁଝର ୩୧।୧୦ :  କେନ୍ଦୁଝର ଜିଲ୍ଲାର  ନରଣପୁର୍ ଠାରୁ ବ୍ରହ୍ମଣୀପାଳ ରାସ୍ତା ମଧ୍ୟରେ ପଡୁଥିବା ଭଇଭାଇ ଢାବା ନିକଟରେ ଏକ ୧୨ ଚକିଆ ଟ୍ରକ୍ ଠିଆ ହୋଇଥିବା ସମୟରେ ହଠାତ୍ ଜଳିଯାଇଥିବା ଦେଖିବାକୁ ମିଳିଛି ।ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କ କହିବା ଅନୁସାରେ, ସେମାନେ ଆଇରନ୍ ଲୋଡିଂ ପାଇଁ ଜୋଡା ଯାଉଥିଲେ । ଉଭୟ ଉକ୍ତ ଭାଇଭାଇ ଢାବା ନିକଟବର୍ତି ରାସ୍ତା ପାର୍ଶ୍ବରେ ଟ୍ରକକୁ ଠିଆ କରି ଏକ ଦୋକାନରେ ଚା’ ପିଉଥିଲେ । ସେହି ସମୟରେ ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯିବାର ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ନିକଟସ୍ଥ ହରିଚନ୍ଦନପୁର୍ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଜଣା ଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!