ଇଷ୍ଟାବୁଲ୍ : ଶୁକ୍ରବାର ତୁର୍କୀ ଓ ଗ୍ରୀସ୍ରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂମିକମ୍ପ ତୀବ୍ରତା ୭ ବୋଲି ରେକର୍ଡ଼ ହୋଇଥିବା ଜଣାପଡ଼ିଛି। ତୁର୍କୀର ଏଜିଆନ୍ କୋଷ୍ଟରେ ଭୂମିକମ୍ପ ଅନୁଭୂତ ହେବା ଦ୍ବାରା ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦ଜଣ ଗୁରୁତର ଆହତ ହୋଇଥିଲେ। ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ସମୁଦ୍ର ଭିତରକୁ ଟାଣି ହୋଇଯାଇଛନ୍ତି। ଏଜିଆନ୍ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂମିକମ୍ପ ପ୍ରଭାବରେ ବହୁ ଅଟ୍ଟାଳିକା ଧ୍ବଂଶ ହୋଇଯାଇଥିବାବେଳେ ତୁର୍କୀର ଇଜ୍ମିର ରିସୋର୍ଟ ସିଟିକୁ ସମୁଦ୍ର ପାଣି ମାଡ଼ି ଆସିଥିଲା ଓ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସାମୋସ୍ର ଏଜିଆନ୍ ସମୁଦ୍ର ଉପକୂଳରେ ଏକ ଛୋଟ ସୁମାମୀ ଆସିଥିଲା। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୭.୦ ରହିଥିବାବେଳେ ଏହାର ପ୍ରଭାବ ୧୪କିଲୋମିଟ ପର୍ଯ୍ୟନ୍ତ ରହିଥିଲା। ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୂମିକମ୍ପ ତୀବ୍ରତା ୬.୬ ରହିଛି, ତେବେ ଗ୍ରୀସ୍ ସେସ୍ମୋଲୋଜିକାଲ୍ ଏଜେନ୍ସି ଏହାର ତ୍ରୀବ୍ରତା ୬.୭ ବୋଲି ଦର୍ଶାଇଛି। ଇଜ୍ମିର ସହରର ଲୋକେ ଲମ୍ବା ରବର ପାଇପ୍ ସହାୟତାରେ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |