38

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର,୩୧/୧୦: ଆସନ୍ତା ୩ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନର ଉପନିର୍ବାଚନ ପାଇଁ   ହେବ ଭୋଟ୍‌ । ଏଥିପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଏହି ଦୁଇଟି ଯାକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କଲେଜ, ସ୍କୁଲ, ଶିଳ୍ପାନୁଷ୍ଠାନ ଆଦି ସଂସ୍ଥା ବନ୍ଦ ରହିବ। ସଂପୃକ୍ତ ଅନୁଷ୍ଠାନ ବା କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନଭେମ୍ବର ୩ ତାରିଖକୁ ସବୈତନିକ ଛୁଟି ରୂପେ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହାବାଦ୍‌ ଉଭୟ ବାଲେଶ୍ୱର, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ସେଇ ବର୍ଷରେ ଗୋଟିଏ ଦିନ ସ୍ୱତନ୍ତ୍ର ଆକସ୍ମିକ ଛୁଟି ନେଇପାରିବେ । ସେହିପରି ବାଲେଶ୍ୱର, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବାହାରେ ଚାକିରି କରିଥିବା ଭୋଟର ଭୋଟ ଦେବା ପାଇଁ ଭୋଟ୍‌ ଗ୍ରହଣ ଦିନ ଛୁଟି ନେଇ ପାରିବେ । ଏଥିପାଇଁ ସେମାନଙ୍କୁ ସଂପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ବୋଲି ପ୍ରମାଣ ଦେଖାଇ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!