ରାୟଗଡା,୩୧/୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାଗିରଥି ସାହୁ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଭାକର ପଟ୍ଟନାୟକ ଦୁଇ ଜଣକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘ ସଭାପତି ପ୍ରଭାକର ନାଲା ଓ କୌଳାସ ପାତ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦିଲ୍ଲୀପ କୁମାର ବେହେରା ଓ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ ଯୋଗଦେଇ ଏହି ଦୁଇ ଜଣଙ୍କୁ ଉତ୍ତରୀୟ ସହ ଉପହାର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ଅବସରରେ ଶ୍ରୀ ସାହୁ ଓ ପଟ୍ଟନାୟକ ନିଜ ଜୀବନର ଚାକିରି କ୍ଷେତ୍ରରେ ପାଇଥିବା ଅନୁଭୂତି ଓ ଅଭୁଲା ସ୍ମୁର୍ତି ଗୁଡିକ ଭାବ ବିହୁଳ ହୋଇ ପ୍ରକାଶ କରିଥିଲେ ଏବଂ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିଥିବା ଓ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କନିଷ୍ଟ ଯନ୍ତ୍ରୀ ରାମଚନ୍ଦ୍ର ସୁତାର, ବି ବି କିଷାନ, ଅଶୋକ କୁମାର ପାତ୍ର, ରମେଶ ମିଞ୍ଜ କର୍ମଚାରୀ ସତ୍ୟାନନ୍ଦ ବେହେରା,ବିନୋଦ ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା, ରାକେଶ ସାହୁ, କଳ୍ପନା ସାହୁ, ସୁଶାନ୍ତ ଗୌଡ଼,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କେ. ସୁଦର୍ଶନ ରାଓ, ସନ୍ତୋଷ ଶବର, ଗ୍ରାମ ରୋଜଗାର ସେବକ କମଳାକାନ୍ତ ଖୁଣ୍ଟିଆ, ପ୍ରଶାନ୍ତ ସାହୁ, ଟୁକୁନା ପାଣିଗ୍ରାହୀ, ବଳଦେବ ମିଶ୍ର(ଟିଲୁ), ରମାକାନ୍ତ ସାହୁକାର ପ୍ରମୁଖଙ୍କ ସମେତ ଅନ୍ୟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ l ଶେଷରେ ଗ୍ରାମ ରୋଜଗାର ସେବକ ସଙ୍ଘର ସଭାପତି ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |