64

ମୁନିଗୁଡା BJP ତରଫରୁ ସର୍ଦାର ବଲଭାଇ ପଟେଲଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ମୁନିଗୁଡା,୩୧/୧୦ (ନନ୍ଦ କିଶୋର ପଟ୍ଟନାୟକ) :  ରାୟଗଡା ଜିଲ୍ଲା ମୁନିଗୁଡା ବିଜେପି ତରଫରୁ ସ୍ଥାନୀୟ ସୌଣ୍ଡିକ ସମାଜ ସଭାଗୃହ ପରିସରରେ ଭାରତର ଲୌହ ମାନବ ସ୍ବର୍ଗତ ବଲ୍ଲଭାଇ ପଟେଲଙ୍କ 145ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ସଫଳତାର ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଡା.ରାମଚନ୍ଦ୍ର ବେହେରା ଯୋଗଦେଇ ଲୌହ ମାନବ ସ୍ବର୍ଗତ ସର୍ଦାର ବଲଭାଇ ପଟେଲଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବାସହ ନମନ ହୋଇ ସର୍ଦାର ବଲଭାଇ ପଟେଲଙ୍କ ସାହାସିକତା ଓ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ରାମକୃଷ୍ଣ ପଣ୍ଡା ଉପସ୍ଥିତ ରହି କୋଭିଡ ନିୟମକୁ ପାଳନ କରିବା ସହ ସ୍ବର୍ଗତ ପଟେଲଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମାନ ଅର୍ପଣ କରିବା ସହ ଦେଶପାଇଁ ତାଙ୍କର ଅବଦାନ ଓ ତାଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ କାର୍ଯ୍ୟର ଗୁଣଗାନ କରିଥିଲେ l ଏହି ଅବସରରେ ବିଜେପିର କର୍ମୀ ଗରିବ ଟାକ୍ରି, କିର୍ତ୍ତୀ ପୃଷ୍ଟିଙ୍କ ସମେତ ବହୁ ସଂଖ୍ୟାରେ ବିଜେପିର ମହିଳା, ପୁରୁଷ, ଯୁବତୀ ଓ ଯୁବକ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!