ନବରଙ୍ଗପୁର,୩୧/୧୦( ଭୋଦେଵ ଗୌଡ଼): ଝରୀଗାଁ ବ୍ଲକ କଂଗ୍ରେସ ତରଫରୁ ଭରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମ ରେ ଝରୀଗାଁ ବ୍ଲକ କଂଗ୍ରେସ ସଭାପତି ତଥା ଜୋନ ସଭାପତି ଶ୍ରୀ ପଦ୍ମନାଭ ପାଣ୍ଡେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରୀମତୀ ଗାନ୍ଧୀ ଙ୍କ ସ୍ମୃତି ଚରଣ କରି ସଭା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଶ୍ରୀ ଭଗବାନ ମାଝୀ ଓ ଶ୍ରୀ ପ୍ରଶ୍ନ କୁମାର ମାଝୀ, ଶ୍ରୀ ମହେଶ୍ୱର ଭତରା, ଶ୍ରୀ ଝିନ ବାସଚୌଧରୀ ଶ୍ରୀ ତମ୍ବୁ ଦାଶ ପାନକ ଶ୍ରୀ ଗୋକୁଳ ପଟନାୟକ, ଶ୍ରୀ ଅନିଲ ଜୈନ, ଶ୍ରୀ ମହା ଦେବ ମାଝୀ, ଶ୍ରୀ ରଘୁ ବଂଜାର ଶ୍ରୀ ନର କଂସାରୀ ଶ୍ରୀ ମାଧବ ମାଝୀ ଉପସ୍ଥିତ ରହି ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |