196

ସର୍ବସାଧାରଣ ଗ୍ରାମ୍ୟରାସ୍ତାକୁ ଜବରଦଖଲ କରୁଛନ୍ତି ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ

ମାଲକାନଗିରି,୩୧/୧୦( ଶ୍ରୀନିବାସ ପଣ୍ଡା): ମାଲକାନଗିରି ସଦର ମହକୁମା ଠାରୁ ପାଖା ପାଖି ତିନି କିଲୋମିଟର ଦୂର ଗୌଡ଼ଗୁଡା ଗ୍ରାମରେ, ପୂର୍ବତନ ମାଲକାନଗିରି ଶ୍ରମ ଅଧିକାରୀ ଡି ଵାଲାରାଜ ରାଓ   ଶିଶୁ ଶ୍ରମିକଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରୁଛନ୍ତି। ଲକ ଡାଉନ ସମୟରେ ସ୍କୁଲ ବନ୍ଦ ଥିବାରୁ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଡି ବାଲରାଜ ରାଓ ଛୋଟ ଛୋଟ କୋମଳ ମତି ପିଲାମନଙ୍କୁ ସ୍ଵଳ୍ପ ପାରିଶ୍ରମିକ ଦେଇ,ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିବାର ଅଭିଯୋଗ ହେଉଛି। ଏହି ଗ୍ରାମ୍ୟ ରାସ୍ତାରେ ଅନେକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ପୂର୍ବ ପୁରୁଷରୁ    ମୁଖ୍ୟ ସଡକକୁ ଯାତାୟତ କରିଥାନ୍ତି। ହେଲେ ପୂର୍ବତନ ମାଲକାନଗିରି ଶ୍ରମ ଅଧିକାରୀ, ସେଇରାସ୍ତାକୁ ଗ୍ରାମର କିଛି ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନଙ୍କ ଦ୍ୱାରା ସିମେଣ୍ଟ ଇଟାରେ ପ୍ରାଚୀର ନିର୍ମାଣ କରିବା ଦ୍ୱାରା ଅନେକ ପରିବାର ଘରୁ ବାହାରକୁ ବାହାରିବା ଅସମ୍ଭବ ହେଇଯିବ। ଏକମାସ ପୂର୍ବେ ଉକ୍ତ ବ୍ୟକ୍ତି ସେଇ ମୌଜାରେ ଜଣେ ବାଂଲାଦେଶୀ ଶରଣାର୍ଥୀ ହରିଜନ ପରିବାରର ଜମି ହଡପ ଉଦ୍ୟମକରି ହଟହଟା ହେଇଥିଲେ ଏବଂ ତାହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ପୂର୍ବତନ ମାଲକାନଗିରି ଶ୍ରମ ଅଧିକାରୀ   ଗୁରୁତର ଆହତ ହେଇ ସୁଦୂର ବିଶାଖାପାଟଣା ନର୍ସିଂହୋମ ରୁ ଭଲହେଇ ଫେରିଛନ୍ତି। ଯାହା ବର୍ତମାନ ତଦନ୍ତାଧୀନ ରହିଛି ।ପ୍ରଶାସନ ଏଘଟଣାର ଗୁରୁତ୍ୱ ଉପଲବ୍ଧ କରି ସମାଧାନ ନକଲେ, ପୁଣି ଏକ ମରଣାତ୍ମକ ଗୋଷ୍ଟି ସଂଘର୍ଷ ସମ୍ବାବନା ଦେଖା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!