ମାଲକାନଗିରି,୩୧/୧୦ (ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା ସଦର ମହକୁମା ଡି, ଏନ, କେ ପଡ଼ିଆଠାରେ ମା ଗଜଳଷ୍ମୀଙ୍କ ପୂଜା ଦୀର୍ଘବର୍ଷ ଧରି ଅନୁଷ୍ଠିତ ହେଉଅଛି। ଏବର୍ଷ କରୋନା କଟକଣା ସମସ୍ତ ଆନନ୍ଦ ଉଲ୍ଲାସକୁ ଫିକା ପକେଇଦେବା ଦେଖିବାକୁ ମିଳିଛି। ନା ଅଛନ୍ତି ଅଧିକ କର୍ମକର୍ତା ନା ଦେଖଣାହାରୀ। କାଁ ଭାଁ ଦର୍ଶକଟିଏ ମୁହଁମାରି ଚାଲିଯାଉଛି। ସବୁ ଫିକା। ପୂର୍ବବର୍ଷ ପରି ଆଡମ୍ବର ନାହିଁ।କାରଣ କରୋନା ମାଡ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।ସେମାନେ ପୂଜାପାଇଁ ଅନୁଦାନ ହାତ ଖୋଲି ଦେବାକୁ ଅସମର୍ଥ।କେବଳ ପରମ୍ପରାକୁ ବଜାଇ ରଖିବାକୁ ଶ୍ରଦ୍ଧାଳୁ ମାନେ ଚେଷ୍ଟିତ।ଏକଥା ଦୁଃଖର ସହ କହିଛନ୍ତି କମିଟି ସଭ୍ୟମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |