59

ଖୋଲିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ବାରିପଦା, ୦୧/୧୧:  କୋଭିଡ କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ । ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!