48

ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଉଦଯାପିତ

କେନ୍ଦ୍ରାପଡା, ୨/୧୧ – ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ -୨୦୨୦ ଆଜି ଉଦଯାପିତ ହୋଇଯାଇଛି । ଗତ ଅକ୍ଟୋବରମାସ ୨୭ତାରିଖରୁ ନଭେମ୍ବରମାସ ୨ତାରିଖ ପର୍ଯ୍ୟନ୍ତ ଚଳିତବର୍ଷ ଭିଜିଲାନ୍ସ କମିଶନଙ୍କ ନିର୍ଦେଶରେ ଚାଲିଥିବା ସପ୍ତାହବ୍ୟାପି ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ କୋଭିଡ କଟକଣା ମଧ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ଯୋଗଦେଇ ଦୁର୍ନିତୀ ଏକ ସାମାଜିକ ବ୍ୟାଧି ଏହାକୁ ଐଶ୍ୱରିକ ଶକ୍ତିରେ ନିଜ ଆତ୍ମାକୁ ପଚାରି ରାଜ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍ସର୍ଗିକୃତ ହୋଇ ସମାଜର ମଙ୍ଗଳ ସାଧନରେ ରାଷ୍ଟ୍ରକୁ ସମୃଦ୍ଧ କରିବା ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇ ଦିବସର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସତର୍କ ଭାରତ-ସମୃଦ୍ଧ ଭାରତ ଉପରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀତାରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,କାର୍ଯ୍ୟାଳୟ ଅଧିକ୍ଷକ ଅଜୟ କୁମାର ଦାସଙ୍କ ସମେତ ୭ଜଣ ଅଂଶଗ୍ରହଣ କରିଥିଲେ । ପ୍ରତି ଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!