164

ଜାଗୁଳାଇପଡ଼ାରେ ବାୟୋଫ୍ଲକ୍ ମତ୍ସ୍ୟଚାଷ ସଂପର୍କରେ ପ୍ରଶିକ୍ଷଣ ଶିବିର

ରାଜକନିକା,୨/୧୧: ରାଜକନିକା ବ୍ଲକ୍ ଅନ୍ତର୍ଗତ ଜାଗୁଳାଇପଡ଼ା ଗ୍ରାମରେ ରବିବାର ବାୟୋଫ୍ଲକ୍ ମାଧ୍ୟମରେ ମତ୍ସ୍ୟଚାଷ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମା’ ତାରିଣୀ ଫିସ୍ ଫାର୍ମିଂ’ ପକ୍ଷରୁ ଏକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ କରି ରାଜ୍ୟର ଜଣେ ସଫଳ ମତ୍ସ୍ୟ ଚାଷୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ଫାର୍ମ୍ ପରିସରରେ ପ୍ରଶିକ୍ଷଣ କେନ୍ଦ୍ର କରାଯାଇ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଚଳିତ ମହାମାରୀ କରୋନରେ ଲକ୍‌ଡ଼ାଉନ୍ ଏବଂ ସଡ୍‌ଡାଉନ୍ ଭଳି ସମୟରେ ରାଜକନିକାର ଯୁବଚାଷୀ ସଞ୍ଜୟ ଓଡ଼ିଶାରେ ଏକ ଉଦାହରଣ ସାଜିଛନ୍ତି । ସ୍ୱଳ୍ପ ଜାଗାରେ କିପରୀ କୁଣ୍ଡରେ ମାଛ ଚାଷ କରି ଲାଭବାନ କରିହେବ ସେ ସଂପର୍କରେ ନିଜ ଇଛା ଶକ୍ତି ବଳରେ ଦେଖାଇଛନ୍ତି । ସଞ୍ଜୟଙ୍କ ଏଭଳି ପ୍ରଚେଷ୍ଠା ସଫଳ ହେବା ପରେ ତାଙ୍କ ଫାର୍ମକୁ ଦୈନିକ ବେକାରୀ ଯୁବକମାନେ ଆସି ବୁଲିଦେଖୁଛନ୍ତି । ଏହା ସହିତ ପ୍ରାୟ ପାଂଚଶହ ଯୁବକ ମତ୍ସ୍ୟଚାଷ କରିବା ପାଇଁ ଉତ୍ସାହିତ ରହିଥିବାର ସଞ୍ଜୟ କହିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ୫୦ ଜଣ କରି କେନ୍ଦ୍ରାପଡ଼ା ଜିଲାର ରାଜନଗର, ରାଜକନିକା, ଆଳି ଏବଂ ପଟ୍ଟାମୁଣ୍ଡାଇର ଚାଷୀମାନେ ପ୍ରଶିକ୍ଷଣ ନେଉଛନ୍ତି । ଭୁବନେଶ୍ୱରର ମତ୍ସ୍ୟଚାଷୀ ପ୍ରଶିକ୍ଷକ ପ୍ରତାପ ନାୟକ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ପରେ ମତ୍ସ୍ୟଫାର୍ମରେ ଚାଷ ସର୍ପକରେ ଅବଗତ କରାଯାଇଛି । ବର୍ତମାନ ସମୟରେ ଆତ୍ମନିର୍ଭରଶୀଳ ସହିତ ରୋଜଗାରକ୍ଷମ ହେବା ପାଇଁ ସ୍ୱଳ୍ପ ପୁଞ୍ଜି ବିନିଯୋଗ କରି ଏହି ପ୍ରଣାଳୀ ମାଧ୍ୟମରେ ଜଣେ ଚାଷୀ ଲାଭବାନ ହୋଇପାରିବ ବୋଲି ମତ୍ସ୍ୟଚାଷୀ ପ୍ରଶିକ୍ଷକ ଶ୍ରୀନାୟକ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!