87

ଅଖିଳ ଭାରତୀୟ ଟ୍ରେଡ଼ ୟୁନିଅନ କଂଗ୍ରେସ ତରଫରୁ ଶତବାର୍ଷିକ ସମାରୋହ

ମୁନିଗୁଡା,୫/୧୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପାତ୍ରଗୁଡା ଗ୍ରାମ ପଞ୍ଚାୟତର ଭୁରୁସିଖୁମା ଗ୍ରାମ ନିକଟସ୍ଥ ଆମ୍ବ ତୋଟା ନିକଟରେ ଅଖିଳ ଭାରତୀୟ ଟ୍ରେଡ଼ ୟୁନିଅନ କଂଗ୍ରେସ ଜିଲ୍ଲା କମିଟି ତରଫରୁ ଶତବାର୍ଷିକ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଟ୍ରେଡ଼ ୟୁନିଅନର ସଂଯୋଜକ ବଳରାମ କୁସୁଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଟ୍ରେଡ଼ ୟୁନିଅନର ଷ୍ଟେଟ ଜେନେରାଲ ସେକ୍ରେଟାରୀ ବିଜୟ ଜେନା, ମୁଖ୍ୟବକ୍ତା ଜିଲ୍ଲା ସଭାପତି ଗଣେଶ ହିମିରିକା, ସମ୍ମାନିତ ଅତିଥି ଭାବେ ଶ୍ରମିକ ସଂଗଠନର ନିରଞ୍ଜନ ପାତ୍ର, ପ୍ରମୋଦ ସାହୁକାର, ନରେନ୍ଦ୍ର ହିଆଲ, AIKMS ର ଜିଲ୍ଲା ସଭାପତି ହରିବନ୍ଧୁ କାଡ୍ରାକା ପ୍ରମୁଖଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗଦେଇ ପ୍ରଥମେ ଟ୍ରେଡ଼ ୟୁନିଅନର ବିପ୍ଲବୀ ପତ୍ତକା ଉତ୍ତୋଳନ କରିଥିଲେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ଅତିଥି ମାନେ ଅଖିଳ ଭାରତୀୟ ଟ୍ରେଡ଼ ୟୁନିଅନର ତ୍ୟାଗ, ସଂଘର୍ଷ ଓ ଗୌରବମୟ ପରମ୍ପରା ଉପରେ ଉପସ୍ଥିତ ଶ୍ରମିକ, ଟ୍ରେଡ଼ ୟୁନିଅନର କର୍ମୀ, ଶ୍ରମିକ ଓ ନେତୃତ୍ୱବୃନ୍ଦ ମାନଙ୍କୁ ଆଲୋକପାତ କରିଥିଲେ ଏଥିସହ ବର୍ତମାନ ଶ୍ରମିକ ମାନଙ୍କ ଆଇନ ପରିବର୍ତନ କରାଯାଇଛି, ସାମାଜିକ ନିରାପତ୍ତା ସ୍ବମନୀୟ ଆଇନ ଗୁଡିକୁ ରୋଦ୍ଧ କରିବାକୁ ଉଦ୍ୟମ ହେଉଛି ବିଶେଷ କରି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ପଙ୍ଗୁ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଅର୍ଥ ନିଜ ହାତ ମୁଠାରେ ରଖିଛନ୍ତି, ସର୍ବନିମ୍ନ ମଜୁରୀ ଆଇନ ରଦ୍ଧ କରିଛନ୍ତି ବୋଲି କହିବା ସହ ଶ୍ରମିକ ବିରୋଧି ପଦକ୍ଷେପ ବିରୋଧରେ ଆଗାମୀ ନଭେମ୍ବର ୨୬ତାରିଖରେ ମିଳିତ ଶ୍ରମିକ ସଂଗଠନ ତରଫରୁ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରମିକ ମାନେ ଉପସ୍ଥିତ ଥିବା ଦେଖାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!