62

‘ଖରସ୍ରୋତାରେ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ ଜାରି ରହିବ’

ଖରସ୍ରୋତା ସଂଗ୍ରାମ ସମିତିର ସାମ୍ବାଦିକ ସମ୍ମିଳନୀ

ରାଜକନିକା,୯/୧୧: ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ତରଫରୁ ସୋମବାର ଭାରିଗଦା ପଡ଼ିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ଖରସ୍ରୋତାରେ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ଦ୍ୱାରା ଭଦ୍ରକ ଜିଲାକୁ ପାନୀୟଜଳ ଯୋଗାଣକୁ ବିରୋଧ କରୁଥିବା ବେଳେ, ଆଳି ବିଧାୟକଙ୍କ ଦ୍ୱାରା ବସୁଧା ଯୋଜନାରେ ଆଳି-କନିକାରେ ହେବାକ ୁଥିବା ପ୍ରକଳ୍ପକୁ ସମିତି ସ୍ୱାଗତ କରୁଛି ବୋଲି ସ୍ପଷ୍ଟ କରିଥିଲେ । ହେଲେ,ଆଳିର ବିଧାୟକଙ୍କ ପରୋଚନାରେ ମହିଳା ମାନଙ୍କୁ ଭୁଲ ତଥ୍ୟଦେଇ ସଂଗ୍ରାମ ସମିତିର ଆନ୍ଦୋଳନକୁ ବିରୋଧ କରାଯିବା କେତେ ଦୂର ଗ୍ରହଣୀୟ ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ମାନଙ୍କ ଦ୍ୱାରା ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କୁ ଧମକ ଚମକ ଦେବା ଓ ଆକ୍ରମଣ ଘଟଣାକୁ ସଂଗ୍ରାମ ସମିତି ତରଫରୁ ନିନ୍ଦା କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ଉପଦେଷ୍ଠା ଆଳିର ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ କୃଷକଙ୍କ ସୁରକ୍ଷା ନାଁରେ କୃଷକମାନଙ୍କୁ ଭୂଆଁ ବୁଲାଉଥିବା ଏ ସରକାର ଖରସ୍ରୋତା ନଦୀର ଦେଉଳତରା, ଆଳିର ଅର୍ଗଳ ଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଓ ଏବେ ବସୁଧା ଯୋଜନାରେ ଆସିଥିବା ପାନୀୟଜଳ ପ୍ରକଳ୍ପକୁ ପ୍ରଥମେ କାର୍ଯ୍ୟକାରୀ କରିସାରନ୍ତୁ ତାପରେ ଅନ୍ୟ ଜିଲାକୁ ପାଣି ଦେବା ପାଇଁ ଯୋଜନା କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ସମିତିର ସମ୍ପାଦକ ବିଧାନ ଦାସ କହିଛନ୍ତିଯେ, ବିଧାୟକ କମ୍ପାନୀର ଏଜେଟଂଣ୍ଟ ସାଜି ଏହି ପ୍ରକଳ୍ପକୁ ସହଯୋଗ କରିବା ପାଇଁ ମହିଳାମାନଙ୍କୁ ଅସ୍ତ୍ର କରିବା ଦୁଃଖର ବିଷୟ । ଅନ୍ୟତମ ଉପଦେଷ୍ଠା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଖରସ୍ରୋତା ନଦୀର ଉତ୍ପତି ସ୍ଥଳ ଝାଡ଼ଖଣ୍ଡର ଶଙ୍ଖ ଓ କୋଏଲନଦୀ ବ୍ୟାରେଜ ନିର୍ମାଣପରେ ବ୍ରାହ୍ମଣୀ ଓ ଖରସ୍ରୋତାରେ ଜଳସ୍ତର କମିଯିବ ଫଳରେ ଆଳି-କନିକାର କୃଷି ପ୍ରଭାବିତ ହେବ । ପାଣି ପାଇଁ ଖରାଦିନରେ ଲୋକମାନଙ୍କର ସମସ୍ୟା ବଢିଯିବ । ଏଥିପ୍ରତି ଦୃଷ୍ଟି ନ ଦେଇ ସ୍ଥାନୀୟ ବିଧାୟକ କମ୍ପାନୀକୁ ସହାୟତା କରିବାପାଇଁ ମହିଳା ମାନଙ୍କୁ ସମାବେଶ ନା’ରେ ଢାଲ କରିବା ମହଙ୍ଗା ପଡ଼ିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପ-ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ଶରତ କୁମାର ରାଉତ, ସବିତା ବରଜ, କାଳୀପ୍ରସାଦ ନାୟକ, ଉମେଶ ଚନ୍ଦ୍ର ମଲ୍ଲ ପ୍ରମୁଖ ଖରସ୍ରୋତା ନଦୀରୁ ଜଳସ୍ତର କମିଲେ ଲୁଣାପାଣି ଦ୍ୱାରା କିପରି ଅଞ୍ଚଳ ପ୍ରଭାବିତ ହେବ ଏବଂ ଏହି ନଦୀ ଉପରେ ନିର୍ଭରକରି ଚଳୁଥିବା କୃଷକ, ମତ୍ସଜିବୀ, ପ୍ରଣୀସମ୍ପଦ ଓ ବୃକ୍ଷଲତା ପ୍ରଭାବିତ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ଧଳ, ରଞ୍ଜନ ମଲ୍ଲିକ, ଗଙ୍ଗାଧର ମଲ୍ଲିକ୍‌, ରବି ନାରାୟଣ ସ୍ୱାଇଁ, ସୁହାନା ବେଗମ, ହଳଧର ମଲ୍ଲିକ୍‌, ଶୈଳେନ୍ଦ୍ର ଜେନା ଏବଂ ନିରାକାର ରାଉତ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାର ଚାଷୀ ଓ ଯୁବକମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!