66

‘ଓଡ଼ିଆ ଚିତ୍ରଶିଳ୍ପୀଙ୍କ ସ୍ୱପ୍ନର ଆକାଶ ଥିଲେ ଶିବ ପାଣିଗ୍ରାହୀ’

ଭୁବନେଶ୍ୱର,୯/୧୧: ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଭୁବନେଶ୍ୱର ବିକେ ଆର୍ଟ୍ କଲେଜର ପୁରାତନ ଛାତ୍ରଛତ୍ରୀମାନେ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକ ଖବର ପାଇ ଦିଲ୍ଲୀରେ ଅବସ୍ଥାନ କରୁଥିବା ତାଙ୍କ ପୁରାତନ ଛାତ୍ର ତଥା ଅନ୍ତର୍ଜାତୀୟ ଓଡ଼ିଆ ଚିତ୍ରଶିଳ୍ପୀ ସୁଧାଂଶୁ ସୂତାର ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଭାରତର ବିଶିଷ୍ଟ ଚିତ୍ରଶିଳ୍ପୀ ଥିଲେ । ଜଣେ ସ୍ୱପ୍ନିଳ ଚିତ୍ରକରଙ୍କୁ ଆଜି ହରାଇଲା ଓଡ଼ିଶା । ତାଙ୍କ ଚର୍ଚ୍ଚିତ ଚିତ୍ରକଳା ‘ଡ଼୍ରିମ୍‌୍ ଇନ୍ ଦ ସ୍କାଏ’ ସ୍ୱପ୍ନର ଆକାଶ ମଧ୍ୟରେ ସେ ବଂଚିଥିଲେ । ତାଙ୍କ ଆଦ୍ୟ ସମୟରେ କଳାର ଆଦର ସେତେଟା ନଥିଲା । ‘ପୌ÷ରୁଷ’ ଆଉ ‘ଆସନ୍ତାକାଲି’ ଭଳି ପତ୍ରିକା ସହିତ ବିଭିନ୍ନ ପୁସ୍ତକର ପ୍ରଚ୍ଛଦ ଚିତ୍ର ଆଙ୍କି ସେ ଗାଁ ଗହଳିରେ ଖୁବ୍ ପରିଚିତ ଥିଲେ । ତାଙ୍କ ସମୟରେ କଳାର ଏତେ ଆଦର ନଥିଲେ ମଧ୍ୟ ସେ କଳାକୁ ଛାଡ଼ି ପାରୁ ନଥିଲେ । ସେ ହିଁ ପ୍ରଥମେ ଚିତ୍ରକର କେମିତି ବଂଚନ୍ତି, ଆଉ ଚିତ୍ରକଳା କ’ଣ ଆଉ ଚିତ୍ରକରର ସ୍ୱପ୍ନ କ’ଣ ବୋଲି ତାଙ୍କ ରଙ୍ଗତୂଳୀରେ ପ୍ରତିଫଳନ କରିଥିଲେ । ଚିତ୍ରକଳାର ରୂପରେଖା ସଂପର୍କରେ ସେ ଗବେଷଣା କରୁଥିଲେ । ସମସାମୟିକ ଚିତ୍ରକରଙ୍କ ସେ ପ୍ରେରଣାର ଉତ୍ସ ଥିଲେ । ସେ ବିକେ ଆର୍ଟ କଲେଜର ଶିକ୍ଷକ ରହିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ଖୁବ୍ ପରିଚିତ ରହିଥିଲେ । ସେ ମୋର ପ୍ରଥମ ଗୁରୁ ଥିଲେ । ମୋ ହାତ ଧରି ସେ ଚିତ୍ର କଳା ଶିଖାଇଥିଲେ । ତାଙ୍କ ପରଲୋକ ଖବର ପାଇ ମୁଁ ଖୁ୍‌ବ୍ ମର୍ମାହତ । ସେ ସଦାସର୍ବଦା ଓଡ଼ିଶାରେ ସ୍ମରଣୀୟ ହୋଇ ରହିବେ । ସେ ଆଜି ଆମ ପାଖରେ ନଥିଲେ ମଧ୍ୟ ତାଙ୍କ ହାତର ରଙ୍ଗୀନ ଚିତ୍ର ସବୁ ଶହଶହ ବର୍ଷ ଧରି ଓଡ଼ିଆ ଚିତ୍ରକଳାକୁ ଦିଗ୍‌ଦର୍ଶନ ଦେଇ ଚାଲିଥିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!