68

ପୁଣି ଅନଲାଇନ୍ ଠକାମି

କଳାହାଣ୍ଡି ,୧୦/୧୧ :  ପୁଣି ଅନଲାଇନ୍ ଠକାମି ର ଶିକାର ହେଲେ ମଶାଣୀମୁଣ୍ଡା ର ବସୁଦେବ୍ ସାହୁ । OD 03 N 6057 ଏକ୍ଟିଭା ଫାଇଭ୍ ଜି ସ୍କୁଟି ବିକି ବା ନାଁରେ ୧୪ ହଜାର ୧ ସହ ୧୦ ଟଙ୍କା ଠକି ନେଲେ ଠକ ।  ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଲଇତରା ପଞ୍ଚାୟତ ସ୍ଥିତ ମଶାଣୀମୁଣ୍ଡା ଗାଁରୁ । ଏହି ଗାଁର ଯୁବକ ବସୁଦେବ ସାହୁ ଗତ ଅକ୍ଟୋବର ମାସ ୨୮ ତାରିଖ ଦିନ ସ୍କୁଟି ବିକିବା ନେଇ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଦେଖି ଫେସବୁକ୍ ରେ ଥିବା ଯୋଗାଯୋଗ ନମ୍ବର ୭୯୯୨୮୩୭୯୭୭, ୭୦୬୪୭୯୫୧୮୮ କୁ ଯୋଗାଯୋଗ କରିଥିଲେ ।   ଯୋଗାଯୋଗ ପରେ ୩୦ ହଜାର ଟଙ୍କାର ଗାଡି ୨୫ ହଜାର ଟଙ୍କାରେ କଥା ମଧ୍ୟ ସରିଥିଲା । ପରେ ଟଙ୍କା ପଠାଅ ବୋଲି ଫୋନ୍ ରେ କହିଥିଲା ଠକ । ଏନେଇ ନଭେମ୍ବର ୨ ତାରଖ ଦିନ ୧୪ ହଜାର ୧ ଶହ ୧୦ ଟଙ୍କା ପେଟିଏମ୍ ଯରିଆରେ ୯୧୭୭୪୯୮୪୪୮୭୧ ଅାକାଉଣ୍ଟ କୁ ପଠାଇଥିଲେ ବସୁଦେବ୍ ସାହୁ ଏବଂ ଏହି ଅନଲାଇନ୍ ତଥ୍ଯ ଅନୁସାରେ ଆକାଉଣ୍ଟ ନମ୍ବର ଟି ମୃତ୍ଯୁଞ୍ଜୟ ସ୍ବାଇଁ ଙ୍କ ନାଁ ରେ ଥିବା ଅନଲାଇନ୍ ରିପୋର୍ଟ୍ ରୁ ଜଣା ପଡିଛି । ତେବେ ଗତ ନଭେମ୍ବର ୨ ତାରିଖ ଦିନ ପ୍ରଥମ କିସ୍ତି ବାବଦକୁ ୩ ହଜାର ଟଙ୍କା ପଠାଇ ଥିବାବେଳେ ଦିତୀୟ କିସ୍ତିରେ ୫ ହଜାର ଟଙ୍କା ଓ ତୃତୀୟ କିସ୍ତିରେ ୬ ହଜାର ୧ ଶହ ୧୦ ଟଙ୍କା ପଠାଇ ଥିବା ଅନଲାଇନ୍ ରିପୋର୍ଟ୍ ରୁ ଜଣା ପଡୁଛି । ବର୍ତ୍ତମାନ ପର୍ଯ୍ଯନ୍ତ ଗାଡି ଦେଇ ନଥିବାରୁ କେସିଙ୍ଗା ଥାନାରେ ଅଭିଯୋଗ କରିଥିବା ମତ ପ୍ରକାଶ କରିଛନ୍ତି ବସୁଦେବ୍ ସାହୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!