40

ଉଦଯାପିତ ହେଲା ଗୌରୀଆମ୍ମା ଯାତ୍ରା

ଗଞ୍ଜାମ,୧୦/୧୧(ମନୋଜ କୁମାର ପାତ୍ର):ଗଞାମ ଜିଲ୍ଲାର ମଧ୍ୟରୁ ନାନ୍ଦୀଆମ୍ମା ଓ ଗୌରୀଆମ୍ମା ଯାତ୍ରା ଏକ ନିଆରା ଓ ସ୍ୱତନ୍ତ୍ର ପର୍ବା ଶିବ ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ଭଲଫସଲ ଆଦାୟ ହୁଏ ବୋଲି ଗ୍ରାମବାସୀଙ୍କବିଶ୍ୱାସ ରହିଛି।ହିଞିଳିକାଟୁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ପ୍ରତି ବର୍ଷଭଳି ଏହି ବର୍ଷ ମଧ୍ୟ ତେଲଗୁ ସମ୍ପ୍ରଦାୟ ଲୋକଙ୍କ ଇଷ୍ଟଦେବ ନନ୍ଦୀ ଆମ୍ମା ଯାତ୍ରା ପାଇଁ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଏଲମା ସାହିକୁ ପାଛୋଟି ଅଣା ଯାଇଥିଲା l ଏହି ଯାତ୍ରା ମଧ୍ୟ ୧୧ଦିନ ଧରି ପାଳିତ ହୋଇଯାଇଛି। ଏହି ଯାତ୍ରାର ଅନ୍ତିମ ଦିବସରେ ଜନସମାଗମ ହେଲେ କରୋନା ମହାମାରୀ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଗୌରୀଆମ୍ମା ଓ ଶିବ ପାର୍ବତୀଙ୍କ ବିଭିନ୍ନ ସାହି ପରିକ୍ରମା ନ କରିବା ପାଇଁ ବାରଣ କରିଥିଲେ। ଶେଷରେ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଦିଅନ୍ତି। କରୋନା କଟକଣା ହେତୁ ସମସ୍ତ ପ୍ରକାର ନୀତି ସଂକ୍ଷିପ୍ତ ଭାବେ ସମାପନ କରାଯାଉଥିବା ସୁଚନା ମିଳୁଛି। ଏହି ଯାତ୍ରାକୁ ଗ୍ରାମ୍ୟ ଉନ୍ନୟନ କମିଟି ଓ ସ୍ଥାନୀୟ ସରପଞ୍ଚ ଏବଂ ହିଞ୍ଜିଳି ପୋଲିସ ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!