180

ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ସୌର ଚାଳିତ ଧାନ କଳର ଶୁଭ ଉଦଘାଟନ

ମୁନିଗୁଡା,୧୨/୧୧ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମ ଠାରେ ଏନଜିଓ ହର୍ଷ ଟ୍ରଷ୍ଟ ଓ ସେଲକୋ ଫାଉଣ୍ଡେସନର ମିଳିତ ସହଯୋଗ କ୍ରମେ ଏକ ସୌରଚାଳିତ ଧାନ କୋଳର ଶୁଭ ଉଦଘାଟନ ହୋଇଯାଇଛି l ହର୍ଷ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ଶରତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅଥିତି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ, ନିମନ୍ତ୍ରିତ ଅଥିତି ଭାବେ ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ, ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ସୌର ଚଳିତ ଧାନ କୋଳର ଶୁଭ ଉଦଘାଟନ କରିଥିଲେ l ହର୍ଷ ଟ୍ରଷ୍ଟର ଦଳପତି ଘନଶ୍ୟାମ ବାରିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଏହି ସୌର ଚଳିତ ଧାନ କୋଳ ଯନ୍ତ୍ରର ବ୍ୟବହାର ଓ ଏହାର ଉପକାରିତା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ l ପରେ ମନ୍ତ୍ରୀ ସାରକା ହର୍ଷ ଟ୍ରଷ୍ଟ, ଓଏଲମ, କୃଷି ଉତ୍ପାଦନ କ୍ଳଷ୍ଟର ଦ୍ୱାରା ପରିଚାଳିତ ଚାରା ଉତ୍ପାଦନ କେନ୍ଦ୍ର, ଧାନ ଚାଷ, ପନି ପରିବା ଚାଷ ଆଦି ସହ ଅନ୍ୟାନ୍ୟ ଚାଷକୁ ବୁଲି ଦେଖିଥିଲି l ମହାଶକ୍ତି ସଂଚୟ ଦଳର ସଭାପତି ପୂର୍ଣମୀ କାଶୀ ଓ ସମ୍ପାଦିକା ସୁକାନ୍ତି କାଶୀ ଅଞ୍ଚଳରେ ଗୁମୁଡି, କାଉଗୁଡା, ଲାଡ଼ିପଙ୍ଗା, କୁମୁଡାବାଲିରେ ଏହି କଳ ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ବିନା ବିଜୁଳୀରେ ଘଣ୍ଟାକୁ 160 କି.ଗ୍ରା ଚାଉଳ ଉତ୍ପାଦନ କ୍ଷମତା ରହିଛି ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ସିଙ୍ଗାରୀ ଗ୍ରାମର ସଫଳ ଚାଷି ଭାରତ କାଶୀ ଓ ସଫଳ ମହିଳା ଚାଷି ମାଳତୀ କାଶୀ ହର୍ଷ ଟ୍ରଷ୍ଟ ଦ୍ୱାରା ଚାଷ କ୍ଷେତ୍ରରେ ପାଉଥିବା ସୁବିଧା ଓ ତାଲିମ ଉପରେ ବର୍ଣ୍ଣନା କରିଥିଲେ l ସମସ୍ତ ଚାଷୀଙ୍କୁ ଏକତ୍ରିତ ଚାଷ କରିବାକୁ ମନ୍ତ୍ରୀ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଏସପିସିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଧ୍ରୁବ ଚରଣ ଜେନା, ହର୍ଷ ଟ୍ରଷ୍ଟର କର୍ମୀ ଶିବାଶିଷ ପଣ୍ଡା, ଉଦ୍ଧବ ସାହୁ, ସଂପର୍କ ତ୍ରିପାଠୀ, ପଙ୍କଜ ପାଣିଗ୍ରାହୀ, ବାଦଲ ବାଡ଼ତିଆ, କରୁଣା କୁସୁଲିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସିଙ୍ଗାରୀ ଗ୍ରାମର ମୋହନ କାଶୀ, ଭାରତ କାଶୀଙ୍କ ସମେତ ଉତ୍ପାଦକ ଗୋଷ୍ଟୀ ଓ ସଂଚୟ ଦଳର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ l ଶେଷରେ ଉଦ୍ଧବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!