44

ହିମାଚଳରେ ଗାଈ ଗୋବରରୁ ପ୍ରସ୍ତୁତ ହେଲା ମାସ୍କ ଆଉ ଦୀପ

ନୂଆଦିଲ୍ଲୀ ୧୨/୧୧: ହିମାଚଳରେ ଗାଈ ଗୋବରରୁ ପ୍ରସ୍ତୁତ ହେଲା ମାସ୍କ । ଏଥର ଦିପାବଳୀରେ ସମସ୍ତେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ସହ ଗୋବର ଦୀପ ଜଳାଇ ଦୀପାବଳୀ ପାଳନ କରିପାରିବେ । ଛୋଟ କାଶୀ ବଜାରରେ ଅନେକ ପ୍ରଡକ୍ଟ ଭର୍ତ୍ତି ହୋଇଛି କିନ୍ତୁ ସମସ୍ତଙ୍କ ପସନ୍ଦ ସାଜିଛି ଗୋବରରୁ ପ୍ରସ୍ତୁତ ମାସ୍କ ଏବଂ ଦୀପ । ଛୋଟ କାଶୀ ନାଁରେ ଫେମସ ମାର୍କେଟ ଜିଲ୍ଲାରେ ଇକୋ ଫ୍ରେଣ୍ଡଲି ଦିପାବଳୀରେ ଏମିତି ସ୍ୱଦେଶୀ ଉତ୍ପାଦନ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ରାଷ୍ଟ୍ରୀୟ କାମଧେନୁ ଆୟୋଗ ଏଥିରେ ନିଜ ମୁଖ୍ୟ ଭୂମିକା ତୁଲାଇବାକୁ ଯାଉଛି ।  ଚଳିତ ଦିପାବଳୀରେ ସାରା ଦେଶରେ ଗାଈ ଗୋବରରୁ ପ୍ରସ୍ତୁତ ୧୧ କୋଟି ଦୀପ ଜଳାଇବା ଲକ୍ଷ୍ୟ ରଖାଯାଇଛି । ବୈଦିକ ପ୍ଲସ୍ତର ସଂସ୍ଥା ଗୋବରରୁ ପ୍ରସ୍ତୁତ ଦୀପ ଓ ଅନ୍ୟ ଉତ୍ପାଦନ ମାର୍କେଟକୁ ନେଇଆସିଛି । ବିତରକ କହିଛନ୍ତି କି ତାଙ୍କ ପାଖରେ ଗୋବରରୁ ପ୍ରସ୍ତୁତ ଦୀପ, ଗୋବର ଓ ୱେଷ୍ଟ କପଡା ଓ କାଗଜର ମିଶ୍ରଣରୁ ପ୍ରସ୍ତୁତ ମାସ୍କ, ଗୋବରରେ ପ୍ରସ୍ତୁତ ଧୂପ, ଅଗରବତୀ ଓ ପୂଜା ସାମଗ୍ରୀର ବହୁତ ଚାହିଦା ଅଛି ।ଗୋବରରୁ ପ୍ରସ୍ତୁତ ଦୀପ ୫୦ ଟଙ୍କାରେ, ଏବଂ ୬ ଦୀପ ସେଟ୍ ୮୦ ଟଙ୍କାରେ ବିକ୍ରି କରାଯାଉଛି । ମାସ୍କ ୨୦ ଟଙ୍କାରେ ବିକାଯାଉଛି । ଏହି ସମସ୍ତ ପ୍ରଡକ୍ଟ ସମ୍ପୂର୍ଣ୍ଣ ରୂପେ ଇକୋ ଫ୍ରେଣ୍ଡଲି । ଏହାକୁ ବ୍ୟବହାର କରିବା ପରେ କ୍ଷେତରେ ପକାଇଦେଲେ ସାର ରୂପେ ମଧ୍ୟ କାମ ଦେବ । ଏଥିରେ ପରିବେଶର କୌଣସି କ୍ଷତି ହେବନି । ପ୍ରଥମ ଥର ପାଇଁ ଗାଈ ଗୋବରରେ ପ୍ରସ୍ତୁତ ଦୀପ ଓ ମାସ୍କ ସହିତ ଅନ୍ୟ ପ୍ରଡକ୍ଟ ମଧ୍ୟ ଦେଖାଯିବ । ଯଦି ଦୀପାବଳୀରେ ଗୋବରରେ ପ୍ରସ୍ତୁତ ପ୍ରଡକ୍ଟ ଅଧିକରୁ ଅଧିକ ବ୍ୟବହାର ହେବ ତେବେ ନିଶ୍ଚିତ ରୂପେ ପରିବେଶକୁ ଅଧିକ କ୍ଷତି ସହିବାକୁ ପଡିବନି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!