ନୂଆଦିଲ୍ଲୀ ୧୨/୧୧: ‘ମିର୍ଜାପୁର’ ଆମାଜନ ପ୍ରାଇମ ଭିଡିଓର ସବୁଠାରୁ ଚର୍ଚ୍ଚିତ ୱେବ ସିରିଜ । ଏହାର ଦ୍ୱିତୀୟ ପାର୍ଟ ‘ମିର୍ଜାପୁର ୨’ ନିକଟରେ ରିଲିଜ ହୋଇଥିଲା ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ‘ମିର୍ଜାପୁର’କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଆମାଜନ ପ୍ରାଇମ୍ ଭିଡିଓ ଆଜିଠୁ ‘ମିର୍ଜାପୁର’ର ତୃତୀୟ ସିଜନ ଉପରେ କାମ ଆରମ୍ଭ ନେଇ ଘୋଷଣା କରିଛି । ଗତ ମାସରେ ଆମାଜନ ପ୍ରାଇମରେ ‘ମିର୍ଜାପୁର’ର ଦ୍ୱିତୀୟ ସିଜନ ରିଲିଜ ହୋଇଥିଲା ଏବଂ ଆମାଜନର ଦାବି ଅନୁସାରେ ଏହା ୭ ଦିନରେ ଭାରତର ସବୁଠାରୁ ଅଧିକ ଦେଖାଯାଇଥିବା ଶୋ ପାଲଟି ଯାଇଥିଲା । ଆମାଜନ ପ୍ରାଇମର ସୂଚନା ଅନୁସାରେ କେବଳ ସେତିକି ନୁହେଁ, ଅଧା ଲୋକ ଏହାକୁ ରିଲିଜ ହେବାର ମାତ୍ର ୪୮ ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ଦେଖିଦେଇଛନ୍ତି ।ଉଭୟ ସିଜନରେ ନଜର ଆସିଥିବା କଳାକାରମାନେ ଦମଦାର୍ ଅଭିନୟ କରିଛନ୍ତି । ସମସ୍ତଙ୍କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |