68

ବିଜେପି ନେତା ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ପାଇଁ ଶୋକସଭା

କାମାକ୍ଷାନଗର,୧୮/୧୧:ବିଜେପି ତରଫରୁ କାମାକ୍ଷାନଗର ଏନ.ଏ.ସି ଇନ୍ଦୁପୁର ଗ୍ରାମରେ ବିଜେପି ନେତା ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଉଦେଶ୍ୟରେ ଏକ ଶୋକସଭାର ଆୟୋଜନ ହୋଇଥିଲା।
କାମାକ୍ଷାନଗର ସମସ୍ତ ବିଜେପି କର୍ମକର୍ତ୍ତା ଉକ୍ତ ଶୋକଶଭା ରେ ଉପସ୍ଥିତ ରହି ହିନ୍ଦୋଳ ବିଜେପି ପୂର୍ବତନ ବିଧାୟକ ପାର୍ଥି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ ଅର୍ପଣ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବା ପରେ ସମସ୍ତ ସଦସ୍ୟବୃନ୍ଦଙ୍କ ଦ୍ୱାରା ଏକ ମିନିଟ ଶୋକ ପାର୍ଥନା କରାଯାଇଥିଲା। ଏହି ଶୋକଶଭାରେ ଉପସ୍ଥିତ ରହିଥିଲେ ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେଙ୍କାନାଳ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ, ଜିଲ୍ଲା ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼, ଗ୍ରାମ ସଭାପତି ଶରତ ଚନ୍ଦ୍ର ଦାସ,ସୁକ ବେହେରା,ଅଭିନବ ବେହେରା,ଶିଖର ଦେହୁରୀ,ନମିତା ପ୍ରଧାନ,ପ୍ରମିଳା ଦେହୁରୀ,ରଙ୍କନିଧି ବେହେରା,ଶିଵ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସ୍ଵର୍ଗତ ନେତାଙ୍କୁ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!