79

କୋରନା ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କଲା ସ୍ଥାନୀୟ ପ୍ରଶାସନ

ଭଞ୍ଜନଗର,୧୯/୧୧: କୋରନା ମହାମାରୀରେ ମୃତ୍ୟୁ ବରଣ କରିଥିବା ଭଞ୍ଜନଗର ଉପଖଣ୍ଡ ମେଡିକାଲର ବରିଷ୍ଠ ଡାକ୍ତର ଶିଶିର କୁମାର ସାବତଙ୍କୁ ଆଜି ସ୍ଥାନୀୟ ମେଡିକାଲ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ପ୍ରକାଶ ଯେ ଗତ ୧୫ ତାରିଖରେ କୋଭିଡ଼ ରେ ଆକ୍ରାନ୍ତ ହୋଇ ସ୍ବର୍ଗତ ସାବତ ହୋମ କ୍ୟାରେଣ୍ଟାଇନରେ ଥିଲେ ହେଲେ ହଠାତ ଗତକାଲି ଅପରାହ୍ନ କୌଣସି କାରଣରୁ ସ୍ୱର୍ଗତ ସାବତଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ଗତକାଲି ଅପରାହ୍ନ ୪.୪୫ ରେ ତାଙ୍କର ଦେହାନ୍ତ ଘଟିଥିଲା। ଏହା ପରେ ତାଙ୍କର ଏକ ମାତ୍ର ପୁଅ ଆଜି ବେଙ୍ଗାଳୁରୁ ରୁ ଆସିବା ପରେ ମେଡିକାଲ ପରିସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଗଂଜାମ ସିଡିଏମଓ , ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!