44

ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ଏକ ପ୍ଲାଷ୍ଟିକ୍‌ କାରଖାନାରେ ଭୟାବହ ବିସ୍ଫୋରଣ

କୋଲକାତା,୨୦/୧୧: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା କାଳିଆଚକ ଥାନା ଅନ୍ତର୍ଗତ ୩୪ନଂ ଜାତୀୟ ରାଜପଥର ସୁଜାପୁର ନିକଟସ୍ଥ ଏକ ପ୍ଲାଷ୍ଟିକ୍‌ କାରଖାନାରେ ଭୟାବହ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ମାଲଦା ମେଡିକାଲ କଲେଜଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର ସଠିକ୍‌ କାରଣ ଏଯାଏ ଜଣା ପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି ।ଏଥିସହ ଆହତଙ୍କୁ ୫୦ ହଜାର ସହ ମାଗଣାଚିକିତ୍ସା ପାଇଁ ଘୋଷଣା କରାଯାଇଛି ।  ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ସୁଜାପୁର ସ୍ଥିତଏହି ପ୍ଲାଷ୍ଟିକ୍‌ କାରଖାନାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ଏଠାରେ ପୁରୁଣା ପ୍ଲାଷ୍ଟିକ୍‌କୁ ତରଳାଇ ନୂଆ ଜିନିଷ ତିଆରି କରାଯାଉଥିବା କୁହାଯାଉଛି । ଏଥିରେ ବ୍ୟବହୃତ ମେସିନ୍‌ରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିସ୍ଫୋରଣରେ କାରଖାନା ଛାତ ଉଡ଼ି ଯାଇଛି । ମେସିନ୍‌ ଥିବା ସ୍ଥାନରେ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ମେଡିକାଲ ଯିବା ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ୪ ଜଣ ମହିଳା ଅଛନ୍ତି । ସମସ୍ତ ମୃତକମାନେହେଲେ ଆବୁ ଶାହେଦ(୪୫), ମୁସାଶେଖ(୫୦), ପ୍ରମିଳା ମଣ୍ଡଳ(୪୫), ଜୁଲିବେୱା(୩୫), ଜୁଲଖା ବିବି(୨୫), ରେଣୁକାମଣ୍ଡଳ(୫୦) । ଏହାଛଡ଼ା ୧୫ରୁ ଅଧିକ ଆହତହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତେ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ ।ଘଟଣାରେ ରାଜ୍ୟପାଳ ଜଗଦୀପ ଧନଖଡ଼,ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!