90

ଜାନୁଆରୀ ୮ରୁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର,୨୦/୧୧  : ୨୦୨୧ ଜାନୁଆରୀ ମାସରେ ଚିଲିକା ମଙ୍ଗଳାଯୋଡ଼ିରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଏହା ଜାନୁଆରୀ ମାସରେ ୩ଦିନ ଧରି ୮, ୯, ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ଶୀତ ସମୟରେ ଚିଲିକାକୁ ବିଭିନ୍ନ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ ତେଣୁ ଦର୍ଶକଙ୍କୁ ଏହାର ମଜା ଦେବାକୁ ଏଭଳି ପକ୍ଷୀ ଉତ୍ସବର ଆୟୋଜନ ହେଉଛି ।ଚିଲିକାର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ମଙ୍ଗଳାଯୋଡ଼ି। ଏହା ‘ବାର୍ଡ ପାରାଡାଇଜ୍‌ ଅଫ୍‌ ଏସିଆ’ ଭାବରେ ଜଣାଶୁଣା। ଏହି ସ୍ଥଳ ଫଟୋଗ୍ରାଫର, ପ୍ରକୃତି, ପକ୍ଷୀପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ । ପକ୍ଷୀମାନଙ୍କ ଲାଗି ବି ଏହାର ପରିବେଶ ବେଶ୍‌ ଅନୁକୂଳ । ଚିଲିକା ହ୍ରଦର ଏକ ଅଂଶ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିର ମାନ୍ୟତା ପାଇଛି । ଏଥିସହିତ ଚିଲିକା ହୃଦୟରେ ଥିବା ସୁନ୍ଦର ଦୀପ ନଳବଣକୁ ଗୁରୁତ୍ୱପୂର୍ଣ୍ଣ ପକ୍ଷୀ ଅଞ୍ଚଳ (ଆଇବିଏ) ଭାବେ ଚିହ୍ନଟ ହୋଇଛି । ନଳବଣ କହିଲା ମାନେ ପକ୍ଷୀ ଅଭୟାରଣ୍ୟକୁ ବୁଝାଇଥାଏ । ବିଶେଷକରି ଶୀତଦିନେ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ରଫ୍‌ସ, ଗଡୱିଟ୍‌ସ, ଟେର୍ଣ୍ଣସ୍‌, ପ୍ଲୋଭର୍ସ, ସ୍ୟାଣ୍ଡ୍‌ପାଇପର୍ସ, ବିରଳ ଗ୍ରେ-ହେଡେଡ୍‌ ଲାପ୍‌ୱିଙ୍ଗ୍‌ସ, ଗୁଲ୍‌ସ, ପିନ୍‌ଟେଲ୍‌ସ, ରୁଡି ଶେଲଡକ୍ସ ଭଳି ଅନେକ ବିରଳ ପ୍ରଜାତିର ପକ୍ଷୀ ସବୁ ଆସନ୍ତି । କମନ୍‌ ଟିଲ୍‌ ଏକ ପକ୍ଷୀ, ଯାହା ହଜାରେରୁ ଅଧିକ ପଲରେ ଦେଖିବାକୁ ପାଇବେ ।ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ନଳବଣ ପକ୍ଷୀ ଅଭୟାରଣ୍ୟ ପରିଦର୍ଶନ ସାଙ୍ଗକୁ କିଛି ମୁହୂର୍ତ୍ତ ପକ୍ଷୀଙ୍କ ଗହଣରେ ବିତାଇବାର ସୁଯୋଗ ରହିଛି । ଯେଉଁଠି ବିଭିନ୍ନ ପ୍ରକାରର ରଙ୍ଗୀନ ପକ୍ଷୀମାନଙ୍କ ବସା ବାନ୍ଧିବା ଦେଖିପାରିବେ । ଏହି ଅଞ୍ଚଳକୁ ଶହ ଶହ ପଲରେ ସୁନ୍ଦର ଗ୍ରେଟର ଫ୍ଲାମିଙ୍ଗୋସ୍‌କୁ ପାଇବେ । ଏମାନେ ନଳବଣର ଶୋଭା ବଢ଼ାଇଥାନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!