135

ଆସନ୍ତା ଦୁଇଦିନ ଧରି ରାଜ୍ୟରେ ଲାଗି ରହିବ ଘନ କୁହୁଡି

ଭୁବନେଶ୍ୱର,୨୦/୧୧: ଆସନ୍ତା ଦୁଇଦିନ ଧରି ରାଜ୍ୟକୁ ଘେରିବ କୁହୁଡ଼ି । ୭ଟି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ଥିବା ବେଳେ ୪ଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଏହା ସହ ୨୦ ତାରିଖରୁ ୨୪ ତାରିଖ ଭିତରେ ରାଜ୍ୟର କେତେକ ଜାଗାରେ ହାଲୁକା ବର୍ଷା ସମ୍ଭାବନା ଅଛି ।ପାଣିପାଗ ବିଭାଗ କହିଛି, ଆସନ୍ତା ୨-୩ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତେବେ ଆସନ୍ତା ୨ ଦିନ କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ବାଲେଶ୍ୱରରେ ଘନ କୁହୁଡ଼ି ସମ୍ଭାବନା ଅଛି । ଏହି ସମୟରେ ରାସ୍ତାରେ ଯାତାୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ ହେବ । ସେହିପରି ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ଘେରିବ ।ପାଣିପାଗ ବିଭାଗର ଆକଳନ କହୁଛି, ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମଧ୍ୟ କେତେକ ଜାଗାରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ହୋଇପାରେ । ରାଜ୍ୟରେ ଦିନବେଳା ଏବେ ଗରମ ସାମାନ୍ୟ ଅଧିକ ରହୁଛି । ପ୍ରାୟତଃ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହୁଛି । ସୋନପୁର, ଦାରିଙ୍ଗିବାଡ଼ି, ଫୁଲବାଣୀ ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!