ଢେଙ୍କାନାଳ,୨୦/୧୧: ଲକଡାଉନ ର ପ୍ରଥମ ଦିବସ ଠାରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ଦୁଇ ଯୁବ ପ୍ରତିଭା ଦକ୍ଷ ସଙ୍ଗଠକ ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେଙ୍କାନାଳ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ (ବବୁଲ) ଏବଂ ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେଙ୍କାନାଳ ଜିଲ୍ଲା ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼ କରୋନା ଯୋଦ୍ଧା ସାଜି ନିରନ୍ତର ସେବା ଦେଇ ଚାଲିଛନ୍ତି ।ନିଜ ଜୀବନକୁ ଖାତିର ନକରି ସମାଜ ସେବାକୁ ଵ୍ରତ୍ତ ରୂପେ ପାଳନକରି ଯେଭଳି ଭାବରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଓ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଁ ଗାଁ ରେ ନିଜସ୍ଵ ଉଦ୍ୟମ ରେ ଅସହାୟ ଦିଵ୍ୟାଙ୍ଗ,ଶ୍ରମିକ, ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଃସ୍ଵାର୍ଥପର ସେଵା ତଥା ହାତ ତିଆରି ମାସ୍କ, ସାବୁନ,ସାନିଟାଇଜର,ଆର୍ଥିକ ସହାୟତା, ଶୁଖିଲା ଖାଦ୍ୟ,ବହି ଖାତା ସ୍ଲେଟ ଯୋଗାଇଛନ୍ତି । ଏହା ସହିତ ବୁଲା ପଶୁପକ୍ଷୀଙ୍କ ପାଇଁ ଫଳ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ଏବଂ ସମସ୍ତ କରୋନା ଯୋଦ୍ଧା ପୋଲିସ କର୍ମଚାରୀ,ସଫେଇ କର୍ମଚାରୀ,ଦମକଳବାହିନୀ,ଡାକ୍ତର,ନର୍ସ, ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାଵରେ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୦୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଯାହାକି ପ୍ରଶଂସନୀୟ । ଏହି ଦୁଇ ସଂଗଠକଙ୍କୁ କୋରାନା ଯୋଦ୍ଧା ଭାବରେ ସମ୍ବର୍ଧନା କରାଯାଇଛି । ଦୁଇ ଯୁଵ ନେତା ଇଞ୍ଜିନିୟର ହିମାଦ୍ରି ଓ ଗଣେଶ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ଆଶୀର୍ବାଦ ଓ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ଭଲପାଇବା ଆଶୀର୍ବାଦ କୁ ପୁଞ୍ଜି କରି ରାଷ୍ଟ୍ର ପାଇଁ ସମର୍ପିତ ହୋଇ ସେବା କାର୍ଯ୍ୟ ନିରନ୍ତର ଜାରି ରଖିବୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |