59

କଙ୍କଡ଼ାହାଡ଼ ଅଞ୍ଚଳର ଲୋକପ୍ରିୟ ଅଵସରପ୍ରାପ୍ତ ସରକାରୀ ପିଅନ ସମ୍ବର୍ଦ୍ଧିତ

ଢେଙ୍କାନାଳ,୨୦/୧୧: କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି । ଏଥିରେ ସାମିଲ ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗୁରୁଜନ,ଭାଇ ଓ ଭଉଣୀ ମାନଙ୍କୁ ମାସ୍କକୁ ଠିକ୍ ଭାବରେ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା , ହାତକୁ ସାବୁନ ସାନିଟାଇଜର ବ୍ୟବହାର କରି ସଫା ରଖିବା,କରୋନା ଟିକା ବାହାରିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାପାଇଁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏ ବିରାଟ ଜନଭାଗିଦାରୀ ଆନ୍ଦୋଳନ ରେ ସାମିଲ ହେବାକୁ ଦେଇଥିବା ଆହ୍ଵାନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ନିବେଦନ ରେ ଢେଙ୍କାନାଳ ଜିଲ୍ଲା, ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ, କଙ୍କଡ଼ାହାଡ଼ ବ୍ଲକ, ଵିରାଶାଳ ଗ୍ରାମପଞ୍ଚାୟତ, ମୂତୁରିଵନ୍ଧ ଗ୍ରାମର ଲୋକପ୍ରିୟ ସମାଜସେକ ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ ଅନୁପ୍ରାଣିତ ହୋଇ କରୋନା ମୁକାବିଲା ରେ ଭାଗିଦାରୀ ବଢ଼ାଇବା ଜନ ଆନ୍ଦୋଳନ ରେ ସାମିଲ ହୋଇ କୋରନା ସଚେତନତା ବାର୍ତ୍ତା ନିଜ ଗାଁ ରେ ନିଜ ଅଞ୍ଚଳ ରେ ପହଞ୍ଚାଇ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି ,ଏହି ଅବସରରେ ଆଜି ଵିଜେପି ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ପରିବାର ତରଫରୁ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଏବଂ ଜିଲ୍ଲା ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼ ଉଭୟ ଦୁଇ ଯୁବ ନେତା ଶ୍ରୀଯୁକ୍ତ ରାଜ କିଶୋର ପ୍ରଧାନ ଙ୍କ ପୈତୃକ ମୁତୁରିଵନ୍ଧ ଗ୍ରାମ ସ୍ଥିତ ବାସଭବନ ରେ ପ୍ରେରଣାର ପ୍ରତୀକ ରାଜ କିଶୋର ପ୍ରଧାନ ଙ୍କୁ ଉତ୍ତରୀୟ ଉପୋଢୋକଣ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!