56

୧୫୦୦ ଟଙ୍କା ଲାଞ୍ଚ ନେଇ ଜେଲ୍ ଗଲେ ଧଉଳି ଥାନା ଏଏସଆଇ

ଭୁବନେଶ୍ୱର,୨୧/୧୧: ଭୁବନେଶ୍ୱର ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତ(ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଛି ।ଏବେ ତୋଫାନଙ୍କ ପାଇଁ ଅଡୁଆ ବଡିବାରେ ଲାଗିଛି । ତାଙ୍କର ସ୍ଥାବରଓ ଅସ୍ଥାବର ସମ୍ପତ୍ତିକୁ ପୋଲିସ ଯାଞ୍ଚ କରିଛି । ତାଙ୍କୁ ସସ୍‌ପେଣ୍ଡ କରାଯିବବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ, ବୁଧବାର ଦିନ ଧଉଳି ଥାନା ଅଧିନରେ ଥିବା ଜୟପୁର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ୨ ପକ୍ଷ ହାତାହାତି ହୋଇଥିଲେ । ଗାଁର ପ୍ରଶାନ୍ତ କୁମାର ସାହୁଓ ତାଙ୍କ ବାପାଙ୍କ ନାଁରେ କିଛି ଲୋକ ଥାନାରେ ଏତଲା ଦେଇଥିଲେ । ମାମଲା ରୁଜୁ ନକରିବା ପାଇଁ ପ୍ରଶାନ୍ତଙ୍କ ଠାରୁ ଏଏସଆଇ ୧୫ ଶହ ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!