ନୂଆଦିଲ୍ଲୀ: ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ ଏକ୍ସଟରନାଲ ଅଡିଟର ଭାବରେ ନିଯୁକ୍ତ ହୋଇଛନ୍ତି ଓଡିଆ ପୁଅ ଗିରିଶ ମୁର୍ମୁ । ତିନି ବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ସେ ଏବେ ୧୪ ତମ ସିଏଜି ଭାବରେ ଦାୟିତ୍ବ ତୁଲାଉଛନ୍ତି । ସେ ଖୁବଶୀଘ୍ର ସ୍ବିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ ପ୍ରତିଷ୍ଠାନରେ ଦାୟିତ୍ବ ଗ୍ରହଣ କରିବେ । ସେ ତିନି ବର୍ଷ ପାଇଁ ଏହି ଆନ୍ତର୍ଜାତିକ ସଂସ୍ଥାରେ କାର୍ୟ୍ୟ କରିବେ। ଗୁଜରାଟ ପାହ୍ୟାର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଫିସର ମୁର୍ମୁ ପ୍ରଥମ ଓଡ଼ିଆ ଭାବେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ବର୍ଷେ କାଯ୍ୟ କରିବା ପରେ ଗତ ଅଗଷ୍ଟରେ ଇସ୍ତଫା ଦେଇ ସିଏଜି ଭାବେ ଯୋଗ ଦେଇଥିଲେ। ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ଗଣତାନ୍ତ୍ରିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଭାବେ କାର୍ୟ୍ୟ କରିଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |