Odian News
255

ପ୍ରେତାତ୍ମା କହୁଛି ଅମ୍ରିତାର ହତ୍ୟାକାରୀ କିଏ ?

ନୟାଗଡ଼,୨/୮,(ଓଡିଆନ ମିଡିଆ): ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମର ଅଶୋକ ସାହୁଙ୍କ ୫ବର୍ଷର ଝିଅ ଅମ୍ରିତା ଘର ସମ୍ମୁଖରେ ଖେଳୁଥିବାବେଳେ ଗତ ମାସ ୧୪ତାରିଖ ମଧ୍ୟାହ୍ନରେ କେହି ତାଙ୍କୁ ଉଠାଇ ନେଇଥିଲା । ଏ ନେଇ ଅଶୋକ ସଦର ଥାନାରେ ଅଭିଯୋଗ କରିଥିଲେ ।  ଗତ ୧୪ ତରିଖ ମଧ୍ୟାହ୍ନରେ ନିଖୋଜ ହୋଇଥିବା ୫ବର୍ଷର ବାଳିକାର ଅମ୍ରିତାର ଖଣ୍ଡ ବିଖଣ୍ଡିତ ମୃତ ଦେହ ୧୦ ଦିନ ପରେ ନାବାଳିକା ଘର ନିକଟରୁ ମିଳିଥିଲା  ପୁଲିସ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା । ହେଲେ କିଛି ସୁଫଳ ମିଳି ନଥିଲା । ନିଖୋଜ ହେବାର ୧୦ ଦିନ ପରେ ବାଳିକାର ଶବ ଏକ ଅଖାରେ ଗୁଡ଼ା ହୋଇ ତାଙ୍କ ଘର ପଛ ପଟୁ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିବାବେଳେ ଆଜି ପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀଙ୍କ କୌଣସି ସନ୍ଧାନ ଇପାରି ନାହିଁ । ହେଲେ ଗ୍ରାମର ଜୈନିକା ମହିଳା ନିଜକୁ ଅମ୍ରିତା ବୋଲି ପରିଚୟ ଦେଇ ତାକୁ ହତ୍ୟା କରାଯାଇଥିବା ବଖାଣୁଛି । ଯାହାକୁ ଦେଖି ଗ୍ରାମର ଲୋକମାନେ ମହିଳାଙ୍କ ଦେହରେ ଅମ୍ରିତାର ପ୍ରେତାତ୍ମା ପ୍ରବେଶ କରିଥିବା କହୁଛନ୍ତି । ସେହି ଗ୍ରାମର ଶିବୁ ଓ ବିଜୁଙ୍କ ସହ ଅମ୍ରିତା ଖେଳୁଥିଲା । ସେଠାରୁ ତାକୁ କେହି ଉଠାଇ ନେଇ ଏକ ଘରେ ରଖି ମାରି ଦେଇଥିବା ମହିଳାଙ୍କ ଦେହରେ ସବାର ଅମ୍ରିତାର ପ୍ରେତାତ୍ମା କହୁଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!