42

ପୁରୀ ହାଜତ ମୃତ୍ୟୁ ଘଟଣାରେ ବଦଳିଲେ ପୁରୀ ଏସ୍.ପି

ଭୁବନେଶ୍ୱର, ୨୦/୧୧ : ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ସମ୍ବଲପୁର ଏସପି କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି ।ସେହିପରି ବାସେଳିସାହି ଥାନାର SI ବିପ୍ଲବ କୁମାର ପ୍ରଧାନଙ୍କ ସହ କନେଷ୍ଟବଳ ବାବୁଲି ବେହେରା ଏବଂ ଜଗନ୍ନାଥ ସ୍ବାଇଁ ଙ୍କୁ ସସପେଣ୍ଡ କରାଯାଇଛି । I ଗୁରୁବାର ପୁରୀ ବାସେଳି ସାହି ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଏହି ଘଟଣାରେ ପୋଲିସର ଆକ୍ସନ୍ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତକାଲି ଜାତୀୟ ମାନବାଧିକାର କମିଶନ୍, ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହ୍ୟୁମ୍ୟାନ୍ ରାଇଟ୍ ଫ୍ରଣ୍ଟ ଅଧ୍ୟକ୍ଷ ମନୋଜ ଜେନାଙ୍କ ଆବେଦନ କ୍ରମେ ,N.H.R.C ରାଜ୍ୟ ସରକାରଙ୍କ ଠାରୁ ୧୪ଟି ପଏଣ୍ଟରେ ଉତ୍ତର ମାଗିଛନ୍ତି।ପୋଲିସ୍ ହାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କୁ କେତେବେଳେ ଓ କାହିଁକି ଗିରଫ କରାଯାଇଥିଲା ଏହାର ତଥ୍ୟ ଦେବା ସହିତ, ତାଙ୍କ ବିରୋଧରେ ଥିବା ଏଫ୍.ଆଇ.ଆର୍ କପି , ଆରେଷ୍ଟ କପି ,ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଏହାର ଭିଡିଓ ଗ୍ରାଫି ଆଦି ଦେବା ଲାଗି କୁହାଯାଇଛି । ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି । ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଏହି ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି। ଏହି ମାମଲା ନେଇ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରିଥିଲେ ବିରୋଧୀ । ଏହି ମାମଲାରେ NHRC ଗାଇଡଲାଇନ୍ ଅନୁଯାୟୀ ଜଣେ ଡି.ଏସ୍.ପି. ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ପୁରୀ ଏସ୍.ପି.ଙ୍କୁ ବଦଳି କରି ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!