ମୁନିଗୁଡା,୨୧/୧୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଛଟ ପୂଜା ମହା ଆଡମ୍ବରର ସହ ସମ୍ପର୍ଣ୍ଣ ହୋଇଯାଇଛି l ଏହି ଅବସରରେ ମହିଳା, ପୁରୁଷ ଓ ଯୁବକ ଯୁବତୀ ମାନେ ସିନେମାହୋଲ ନିକଟସ୍ଥ ପୋଖରୀ ପରିସରରେ ଏକ ଅସ୍ଥାୟୀ ଛଟ ପୂଜା ପାଇଁ ମଣ୍ଡପ ପ୍ରସ୍ତୁତ କରି ବିଭିନ୍ନ ପୁଜାର୍ଚ୍ଚନା କରିବା ସହ ଗତ ତିନି ଦିନ ଧରି ଉପବାସ ରହିବା ସହ ଶୁକ୍ରବାର ରାତି ତମାମ ପୂଜା ମଣ୍ଡପ ନିକଟରେ ଭଜନ ଓ ସଂକୀର୍ତନ କରି ଶନିବାର ସକାଳୁ ସମ୍ପ୍ରଦାୟର ସମସ୍ତ ମହିଳା ପୁରୁଷ, ଯୁବତୀ, ଯୁବକ ମାନେ ସୂର୍ଯ୍ୟଙ୍କୁ ଆରାଧନା କରିବା ସହ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ନିଜ ଉପବାସ ଶେଷ କରିଥିଲେ l ଶେଷରେ ପରିବାର, ସମ୍ପର୍କୀୟ ଓ ନିଜ ସମ୍ପ୍ରଦାୟର ଲୋକ ମାନଙ୍କୁ ଓ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଉକ୍ତ ଛଟ ପୂଜା କାର୍ଯ୍ୟକ୍ରମକୁ ବିହାରୀ ସମାଜର ଭୋଳାନାଥ ଦୁବେ, ଗୁଡ଼ୁ ସିଂ, ସାହିଲ ସିଂ, ଛୋଟେଲାଲ ସିଂ, ଧରମ ସିଂ, ସଞ୍ଜୟ ଗୁପ୍ତା, ମହାବୀର ସିଂ, ଶ୍ରୀରାମ ସିଂ, ସଚିନ, ଭୋଳା ସିଂ, ବସିତ ସିଂ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |