183

ବିଜେପି ପ୍ରଶିକ୍ଷଣ ଶିବିର ପ୍ରସ୍ତୁତି ବୈଠକ ଓ ନୂତନ ମଣ୍ଡଳ କମିଟି ଗଠନ

ମୁନିଗୁଡା,୨୧/୧୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ବିଜେପି ମଣ୍ଡଳ ସଭାପତି ଶ୍ରୀ ଜଗା ଶବରଙ୍କ ଆହ୍ୱାନ କ୍ରମେ ଆଗାମୀ ବିଜେପି ପ୍ରଶିକ୍ଷଣ ଶିବିର ପୂର୍ବ ପ୍ରସ୍ତୁତି ଓ ନବ ଗଠିତ କମିଟିର ଘୋଷଣା ନିମନ୍ତେ ଏକ କର୍ମଶାଳା ସ୍ଥାନୀୟ ଶୁଭଦ୍ରା-ଉଦ୍ଧବ କଲ୍ୟାଣ ଭବନ ପରିସରରେ ଆୟୋଜିତ ହୋଇ ଯାଇଛି।ଏହି ଶିବିରରେ ବିଜେପି ଜିଲ୍ଲା ଉପସଭାପତି ତଥା ପ୍ରଭାରୀ ଶ୍ରୀଯୁକ୍ତ ପ୍ରେମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ନରସିଂହ ବେହେରା,ଉପସଭାପତି ରାମକୃଷ୍ଣ ପଣ୍ଡା,ରମେଶ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଦଳୀୟ କର୍ମୀ ମାନଙ୍କୁ ବର୍ତ୍ତମାନର ଦେଶର ଆଜିକା ପରିସ୍ଥିତିରେ ଦଳ ତଥା କର୍ମୀ ମାନଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ।ପ୍ରଥମେ ପ୍ରେରଣାଦାୟୀ ଭାରତ ମାତା ଓ ବିଜେପି ପ୍ରତିଷ୍ଠାତା ସ୍ବର୍ଗତ ଦିନଦାୟଲଜୀଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ,ଦୀପଦାନ, ଓ ବନ୍ଦେ ମାତରଂ ଦେଶ ବନ୍ଦନା ପରେ ରାମକୃଷ୍ଣ ପଣ୍ଡା ଅତିଥି ମାନଙ୍କ ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କର ୭୦ତମ ଜନ୍ମ ଦିବସ ପାଳନ ନିମନ୍ତେ ଦଳ ଭାରତର କୋଣେ ଅନୁକୋଣେ ସେବାସପ୍ତାହ ପାଳନ କରି ସାଧାରଣ ଲୋକଙ୍କ ନିକଟତର ହୋଇଥିଲା।ଏହି ସମୟରେ ଅନେକ ନୂଆ କର୍ମୀ ଦଳ ସହ ଯୋଡି ହୋଇଥିଲେ।ଆଜି ଆନୁଷ୍ଠାନିକ ଭାବେ ସେମାନଙ୍କୁ ଦଳରେ ସାମିଲ ପାଇଁ ଓ ସେମାନଙ୍କୁ ସୁ ସ୍ୱାସ୍ଗତ ପାଇଁ ଦଳୀୟ ବରିଷ୍ଠ ନେତାମାନେ ଏକତ୍ରିତ ହୋଇଛନ୍ତି ବୋଲି ମୁଖ୍ୟବକ୍ତା ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ବେହେରା ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ମୋଦୀଜୀଙ୍କ ସବକା ସାଥ,ସବକା ବିକାଶ,ସବକା ବିଶ୍ବାସର ମନ୍ତ୍ରକୁ ଦୋହାରାଇବା ସହ ଏହାର ଉପଯୋଗ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ୧୫ଜଣ ନୂତନ ସଦସ୍ୟ ଦଳରେ ଯୋଗ ଦେଇଥିଲେ।ନବ ଗଠିତ ମୁନିଗୁଡା ମଣ୍ଡଳ କମିଟିରେ ସଭାପତି ଭାବେ ଶ୍ରୀଯୁକ୍ତ ଜଗାଶବରଙ୍କୁ ଘୋଷଣା କରାଯାଇଥିବା ବେଳେ ଉପସଭାପତି ଛଅ ଜଣଙ୍କୁ ଓ ସାଧାରଣ ସମ୍ପାଦକ ଭାବେ ସାତ ଜଣଙ୍କୁ ଘୋଷଣା କରାଯାଇଥିଲା।ଜଣଙ୍କୁ ସମ୍ପାଦକ ,୨୬ଜଣ ପ୍ରମୁଖ କାର୍ଯ୍ୟକାର୍ତ୍ତାଙ୍କୁ ଏକଜୁଟିଭ ମେମ୍ବର ଓ ୬ଜଣ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା ଭାବେ ଘୋଷଣା କରା ଯାଇଥିଲା।ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ନରସିଂହ ବେହେରା,ରାମଚନ୍ଦ୍ର ବେହେରା,ଜି.ବିରଭଦ୍ର ଆଚାରୀ,ରାମକୃଷ୍ଣ ପଣ୍ଡା,ଭୀମ ମହାନ୍ତି ଓ ସୁକାନ୍ତ ପୁଶିକାଙ୍କ ନାମ ସ୍ଥିର କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ବିଜେପି ନେତା ରମେଶ ସାମନ୍ତ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ସର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!