14

ମାଲକାନଗିରି: ଅସଜଡ଼ା ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ଶିକ୍ଷା ବିଭାଗ

ମାଲକାନଗିରି,୨୧/୧୧( ଶ୍ରୀନିବାସ ପଣ୍ଡା):- ମାଲକାନଗିରି ଜିଲ୍ଲା ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଅଙ୍କୁଶ ବିହୀନ। ଦୀର୍ଘବର୍ଷ ଧରି  ଏ ପ୍ରକାର ଧାରା ଚାଲିଆସୁଛି। ଏବେ ଦୁଇବର୍ଷ ହେବ ଟିକେ ଅଧିକ। ଶିକ୍ଷକ ମାନଙ୍କର ବଦଳି ସମୟରେ ଶିକ୍ଷକମାନେ ପରୀକ୍ଷାର୍ଥୀ ମାନଙ୍କୁ କପି ଯୋଗାଇଲା ପରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବାହାରେ ଟହଲ ମରୁଥିବେ ଲବୀ କରିବା ପାଇଁ। ଯେ ସଫଳ ହେଲା ଭଲ। ଅନ୍ୟମାନେ ବର୍ଷ ବର୍ଷ ଧରି ବିଛିନ୍ନାଂଚଳ କିମ୍ବା ଘାଟି ଉପରେ ରହି ଅବସର ନେବେ। କିଛି ଶିକ୍ଷକ ଶିକ୍ଷୟିତ୍ରୀ ଚାକିରୀ ଆରମ୍ଭ ରୁ ଅବସର ପର୍ଯ୍ୟନ୍ତ ସଦର ମହକୁମାରେ ରହି ଅଧିକାରୀଙ୍କର ପ୍ରିୟଭାଜନ ହେଇ ଚରମସୁଖ ପାଉଛନ୍ତି। ସେଭଳି ଦୁଃଖଭରା କାହାଣୀ ବିଧାନ ଚନ୍ଦ୍ର ମଣ୍ଡଳ ନାମକ ଜଣେ ଶିକ୍ଷା ବିଭାଗର ଚପରାସିଙ୍କର। ବିଧାନ ମଣ୍ଡଳ। ତା ୩୧/୦୭/୧୯୯୮ ରିଖ ଠାରୁ କାଲିମେଳା ବ୍ଲକ ଥାନା ମୋଟୁ ଏମ ପି ଭି – ୮୨ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନରେ ଜଣେ ଚପରାସି ଭାବରେ କାର୍ଯ୍ୟରେ ଯୋଗଦାନ କରି – ୨୦୦୪ ମସିହାରୁ ୬୦% ଦରମା ବାବଦରେ ପାଇ ଚାଲିଲେ। ୨୦୦୮ ମସିହାରେ ସରକାରଙ୍କ ଦ୍ୱାରା ଉକ୍ତ ଦରମା ବୃଦ୍ଧି ପାଇ ୧୦୦% ହେଲା। କିନ୍ତୁ ଉପର ଅଧିକାରୀଙ୍କ ନିର୍ଦେଶରେ ଏମ ପି ଭି ୮୧ ବିଦ୍ୟାଳୟରେ ଡେପୁଟେସନରେ  ଥିବାରୁ, ମୋର କାଗଜପତ୍ର କାମ ମୁଳ ସ୍କୁଲର ପ୍ରଧାନ ଶିକ୍ଷକ କରିଲେ ନାହିଁ। ଫଳସ୍ୱରୂପ ମୋର ୧୦୦% ଦରମା, ୨୫% ଡିଏ ସହିତ କେନ୍ଦ୍ର ସରକାରଙ୍କ ଘୋଷିତ ୨୦୧୧ ମସିହାର ୬ସ୍ଟ ବେତନ କମିଶନ ଅନୁସାରେ ବର୍ଦ୍ଧିତ ପ୍ରାପ୍ୟ ପାଇବା ସମ୍ଭବ ହେଲାନାହିଁ। ଜଣେ ଅଳ୍ପ ବେତନଭୋଗୀ କର୍ମଚାରୀଙ୍କର ୨୦୦୪ ମସିହା ହାରରେ ଦରମା ପାଇ ପରିବାର ପ୍ରତିପୋଷଣ କିପରି କରୁଥିବ ସହଜରେ ଅନୁମେୟ।ଏପରି ସ୍ଥଳେ ପରିବାରର ଖର୍ଚ୍ଚ ସହିତ ପିଲାମାନଙ୍କୁ ଉଚ୍ଚ ଶିକ୍ଷାଲାଭ କରାଇବା ଆଶା ଅସମ୍ଭବ। ଦୀର୍ଘ ୧୨ ବର୍ଷ ଧରି ଯେତେ ନେହୁରା ହେଲେମଧ୍ୟ ସବୁଠାରୁ ନିରାଶ ହୋଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଲିକିତଭାବେ ଜଣାଇବା ଦ୍ୱାରା ରାଜ୍ୟ ସରକାରଙ୍କ ଠାରୁ ତା – ୧୪/୦୨/୨୦୨୦ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ନିର୍ଦେଶ ଆସିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଦୀର୍ଘ ଆଠ ମାସ ପରେ ବିଭାଗୀୟ ପ୍ରଧାନ ଶିକ୍ଷକଙ୍କୁ ତା ୧୫/୧୦/୨୦୨୦ ରିଖରେ ଚିଠିକଲେ। ଯାହା ଅଦ୍ୟାବଧି ସମ୍ପୂର୍ଣ ହେଲାନାହିଁ। ଯାହା ଫଳରେ ବିଧାନ ବୈଦ୍ୟ ପାଈଁ ପରିବାରର ବୋଝ ସମ୍ଭାଲିବା କେତେ କଷ୍ଟକର ସହଜରେ ଅନୁମେୟ।  ଡିଇଓ ଜଣେ ଅସୁସ୍ଥ ବ୍ୟକ୍ତି। ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ଜନିତ ରୋଗରେ ପୀଡିତ। କିନ୍ତୁ ମାଲକାନଗିରି ଭଳି ପାହାଡ଼ ପର୍ବତ ଘେରା ଜିଲ୍ଲାରେ ଜଣେ ରୋଗଗ୍ରସ୍ଥ ବ୍ୟକ୍ତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯିବା ସମ୍ଭବ ନୁହେଁ। ମାଲକାନଗିରି ଜନତା ଶାନ୍ତିପ୍ରିୟ। ପ୍ରତିବାଦ କରନ୍ତି ନାହିଁ। ଏପରି ସ୍ଥଳେ ରାଜ୍ୟ ସରକାର ଡି ଇ ଓ ଙ୍କୁ ଏଠାରୁ ବଦଳି କରି ଜଣେ ଦକ୍ଷ କାର୍ଯ୍ୟକ୍ଷମ ଅଫିସର ନିଯୁକ୍ତି ଦେଲେ ଶିକ୍ଷା ଅବସ୍ଥା ସୁଧୁରୀ ପାରନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!