51

‘ଭଦ୍ରକ ଜିଲାକୁ ଯାଉଥିବା ପାନୀୟ ଜଳ ପ୍ରକଳ୍ପ ବନ୍ଦ ହେଲେ ଆମ ପ୍ରକଳ୍ପ ମଧ୍ୟ ବନ୍ଦ ହେବ

‘ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
ରାଜକନିକା,୨୧/୧୧: ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ବିରୋଧ କରିବା ଠିକ୍ କଥା ନୁହେଁ । ପାନୀୟ ଜଳ ଯୋଗାଇ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଦରକାର । ଭଦ୍ରକ ଜିଲା ସହିତ ଆଳି ଏବଂ ରାଜକନିକା ଅଂଚଳକୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ସହଯୋଗ କରୁନ୍ତୁ । ଅଂଚଳର ବିକାଶ କଥା ଆଲୋଚନା ହେଉ । ବିରୋଧୀ ଦଳର ଲୋକମାନେ ଏକାଠି ହୁଅନ୍ତୁ । ସବୁ କିଛି କରାଯାଇ ପାରିବ । ଖରସ୍ରୋତାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ମଧ୍ୟ ସମ୍ଭବପର ହୋଇପାରିବ । ଆମେ ଅନୁରୋଧ କରୁଛୁ । ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରନ୍ତୁ ନାହିଁ । ଭଦ୍ରକ ଜିଲାକୁ ଯାଉଥିବା ପାନୀୟ ଜଳ ପ୍ରକଳ୍ପ ବନ୍ଦ କରାଗଲେ ଆମ ଅଂଚଳ ପାଇଁ ହେଉଥିବା ପ୍ରକଳ୍ପ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ବୋଲି ଶନିବାର ରାଜକନିକା ପଂଚାୟତ ସମିତି ସଭାଗୃହ ଠାରେ ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଳି ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ବ୍ଲକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା, ପ୍ରାକ୍ତନ ସମିତି ସଭ୍ୟ ଭରତ ଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଂଚ ସାରଙ୍ଗଧର ସାହୁ, ବରୁଣାଡ଼ିହା ପଂଚାୟତର ସମିତି ସଭ୍ୟ ବିକାଶ ମଲ୍ଲିକ, ଭାରିଗଦାର ପଂଚାୟତର ପ୍ରାକ୍ତନ ସରପଂଚ ବସନ୍ତ କୁମାର ମଲ୍ଲିକ ଏବଂ ବିଜେଡ଼ି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ସଂଯୁକ୍ତା ଶତପଥୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଖରସ୍ରୋତା ସଂପର୍କରେ ମିଥ୍ୟା ପ୍ରଚାର କରାଯାଉଥିବାର କହିଛନ୍ତି । ଏହା ସହିତ ଅଂଚଳର ବିକାଶ ଦିଗରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଲାଗିପଡ଼ିଛନ୍ତି । ଏହା ସହିତ ଆଳି ଏବଂ ରାଜକନିକା ଅଂଚଳକୁ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏହାକୁ ବିରୋଧ କରିବା ଅନୁଚିତ । ପାନୀୟ ଜଳ ପ୍ରକଳ୍ପକୁ ତ୍ୱରାନିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଯୁବନେତା ଟୁକୁ ବେହେରା ଏବଂ ବସନ୍ତ ନାୟକ ଏହି ସାମ୍ବାଦିକ ସମ୍ମିଳନୀକୁ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!