118

ଗାଁ ଗାଁ ରେ ବିଜେପି ଗୃହସମ୍ପର୍କ ର ଜୋରଦାର ପ୍ରଚାର

ଢେଙ୍କାନାଳ,୨୧/୧୧:ଆଜି କାମାକ୍ଷାନଗର ,ଵୁଢିଵିଲି ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି, ମୋଦି ସରକାରଙ୍କ ବିକାଶ ବାର୍ତ୍ତା କୁ ଗୃହ ସମ୍ପର୍କ ମାଧ୍ୟମରେ ପ୍ରଚାର କୁ ଯୋରଦାର କରିଛି । ବିଜେପି ନମୋ ଇଣ୍ଡିଆ ଢେଙ୍କାନାଳ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼ ଉଭୟ ଦୁଇ ଯୁବ ନେତାଙ୍କୁ ଵୁଢିଵିଲି ପଞ୍ଚାୟତଵାସୀଙ୍କ ତରଫରୁ ତଥା ନାଏବ ସରପଞ୍ଚ ନିରଞ୍ଜନ ଦାସ,ଵୁଢିଵିଲି ଵିଜେପି ପଞ୍ଚାୟତ ସଭାପତି ଛବି ମଲିକ,ଵୁଢିଵିଲି ଗ୍ରାମ ସଭାପତି ଦାରୁଗା ମଲ୍ଲିକ ଙ୍କ ନେତୃତ୍ବରେ ଏବଂ କାଠିଆ ପାତ୍ର,ସଞ୍ଜୁ ପାତ୍ର, ସୁଶାନ୍ତ ମଲ୍ଲିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।


ଦୁଇ ଯୁବନେତା ଇଞ୍ଜିନିୟର ହିମାଦ୍ରି ଓ ଗଣେଶ ପ୍ରଥମେ ପଞ୍ଚାୟତଵାସୀଙ୍କ ଦ୍ଵାରା ଆୟୋଜିତ ଏକ ବୈଠକ ଯୋଗଦାନ ଦେଇ ପଞ୍ଚାୟତର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ଗାଁ ଯାଇ ଘର ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିକାଶ ବାର୍ତ୍ତା ତଥା କେନ୍ଦ୍ର ସରକାରଙ୍କ ଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇ ଲୋକମାନଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଆଶୀର୍ବାଦ କରିବାକୁ ଯୋଡ ହସ୍ତରେ ନିବେଦନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!