ଢେଙ୍କାନାଳ,୨୬/୧୧: ବିଜେପି ନମୋ ଇଣ୍ଡିଆ ତରଫରୁ କାମାକ୍ଷାନଗର ଉପଖଣ୍ଡରେ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ମହାକୁଡ଼ ,ସାନନ୍ଦ ଦେହୁରୀ,ମୁନା ସାହୁ, ଗୋକୁଳାନନ୍ଦ ପ୍ରଧାନ, ସର୍ବେଶ୍ଵର ଦେହୁରୀ,ଗୋଲାପ ଦେହୁରୀ,ପ୍ରଭାକର ପ୍ରଧାନ,ମାନସ ସାହୁ,ଚଞ୍ଚଳା ଖୁଣ୍ଟିଆ, ବାଉରୀବନ୍ଧୁ ସାମଲ,ଗିରିଜା ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଡା. ଵି.ଆର୍ ଆମ୍ଵେଦକର ଙ୍କ ଫଟୋ ଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇ ସ୍ମତିଚାରଣ କରି ସମ୍ବିଧାନ ଦିବସ ପାଳନ କରିଥିଲେ । ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ । ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତ୍ତୀ ସମୟରେ ଆଜିର ଦିନରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ମୋଗଲ ସମ୍ରାଟ ଠାରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଆମ ଦେଶର ନାଗରିକ ମାନେ ଲଢ଼େଇ କରି ଆସୁଥିଲେ । ଦେଶ ସ୍ୱାଧୀନତା ପରେ ଆମକୁ ଆମ ଢ଼ାଞ୍ଚାରେ ଶାସନ ଚଲାଇବା ପାଇଁ ଏହି ସମ୍ବିଧାନ ହିଁ ମାନ୍ୟତା ଦେଇଛି । ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି । ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି । ବିଜେପି ପକ୍ଷରୁ ଶାରା ଦେଶରେ ଏହି ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରାଯାଇ ଡା. ଆମ୍ବେଦକରଙ୍କ ପ୍ରତି ଥିବା ସମ୍ମାନର ଅଙ୍ଗିକାରବଦ୍ଧତାକୁ ଦର୍ଶାଯାଇ ସମ୍ବିଧାନ ଦିବସ ରୂପେ ପାଳନ କାରାଯାଉଅଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |