63

କାକଟମଙ୍ଗଳା ମନ୍ଦିରରେ ପଂଚୁକ ପାଇଁ ମୁରୁଜ ପ୍ରତିଯୋଗୀତା

କେନ୍ଦ୍ରାପଡା, ୨୯/୧୧ – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କାକଟମଙ୍ଗଳା ମନ୍ଦିର ପରିସରରେ ପଂଚୁକ ପାଂଚଦିନ ଧରି ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକଦିନ ସକାଳୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଯୋଗସୁତ୍ର ତଥା ସୁସମ୍ପର୍କର ପ୍ରତିଷ୍ଠା ଉଦେଶ୍ୟରେ କୁନି କୁନି ବାଳିକା ପ୍ରତିଯୋଗୀମାନେ ପ୍ରଭୁ ଶିବଶମ୍ଭୁଙ୍କୁ ମନାସୀ ବା ନିଜର ମାନସୀକ ପୁରଣ ପାଇଁ ଭଗବାନଙ୍କୁ ସ୍ମରଣ କରି ମୁରୁଜ ପକା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ସତ୍ୱେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାକ୍ସ ପିନ୍ଧି ସାନିଟାଇଜର ବ୍ୟବହାର ପୂର୍ବକ କାକଟମଙ୍ଗଳା ମନ୍ଦିର ସମ୍ମୁଖରେ ବିଭିନ୍ନ ରଙ୍ଗ ବେରଙ୍ଗର ମୁରୁଜ ପକାଇଥିବା ଦେଖିବାକୁ ମିଳିଛି । ଏହି ପ୍ରତିଯୋଗୀମାନେ ହେଉଛନ୍ତି ରାଜେଶ୍ୱରୀ ନାୟକ, ରୁକ୍ମଣୀ ପ୍ରିୟଦର୍ଶିନୀ ସେଠୀ, ସାଇ ସୈାମ୍ୟା ସାମଲ, କାନନୀକା ସେଠୀ, ପ୍ରିତିପରିମିତା ସାହୁ, ଶ୍ରଦ୍ଧାସୁମନ ଦାସ ଓ ସୁଜାତା ମହାନ୍ତି ପ୍ରମୁଖ ଅତି ଶ୍ରଦ୍ଧାର ସହିତ ମୁରୁଜ ପକାଉଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!