67

କାଳିକାପୁରରେ ପୂଜା ପାଇଲେ କାର୍ତ୍ତିକେଶ୍ୱର

ରାଜକନିକା,୩୦/୧୧: ରାଜକନିକା ବ୍ଲକ୍ ଅନ୍ତର୍ଗତ କାଳିକାପୁର ଠାରେ କାର୍ତ୍ତିକେଶ୍ୱର ପୂଜା କୋଭିଡ଼୍ କଟକଣା ମଧ୍ୟରେ ପାଳିତ ହେଉଛି । ରବିବାର ସକାଳୁ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ କଳସଯାତ୍ରା ପରେ ଘଟସ୍ଥାପନ କରାଯାଇଥିଲା । ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯିବା ପରେ ପୂଜାପାଠ କରାଯାଇଛି । ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ଉତ୍ସବ କାଳିକାପୁର, ଝରମୁହଁ, ଜରିସାହି, ଚେରଟଂପଡ଼ା ଏବଂ ଜେନାସାହି ଗ୍ରାମର ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ବେଳେ ସାମାଜିକ ଦୂରତା, କୋଭିଡ଼୍ ନିୟମ ମାନି ଭକ୍ତମାନେ ଠାକୁରଙ୍କ ଦର୍ଶନ କରୁଛନ୍ତି । ୫୦ ଜଣରୁ କମ୍ ଲୋକେ ପୂଜା ଉତ୍ସବରେ ଏକାଠି ହେଉନଥିବାର ମଧ୍ୟ ଦେଖିବାକୁ ମିଳିଛି । ବର୍ଷ ବର୍ଷର ପରମ୍ପରା ବଂଚିପାରିଛି ସେଇଟା ବଡ଼ କଥା । ନହେଲେ ସାଜସଜା, ଗୀତନାଚ, ପ୍ରସାଦସେବନ ବନ୍ଦ ହେଲେ ମଧ୍ୟ କିଛି ଅସୁବିଧା ନାହିଁ । ଏସବୁ ହୋଇଥିଲେ ଅଧିକ ମନୋରଞ୍ଜନ ହୋଇଥାନ୍ତା ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!