Odian News
133

ଜଳିଗଲା ୩୦ଲକ୍ଷ ଟଙ୍କାର ମୋବାଇଲ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ

ଝାରସୁଗୁଡ଼ା ୦୧।୧୨: ଝାରସୁଗୁଡ଼ା ବକ୍ସି ଛକ ନିକଟରେ ଥିବା ମୋବାଇଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇ ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ ଓ ସାମଗ୍ରୀ ପୋଡ଼ିଯାଇଥିବା ସୂଚନା ମିଳିଛି । ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।ଖବର ଅନୁଯାୟୀ, ଝାରସୁଗୁଡ଼ା ବକ୍ସିଛକ ନିକଟରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନରେ ସର୍ଟ ସର୍ଟିକରୁ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୋକାନରେ ପ୍ରାୟ ୩୦ଲକ୍ଷ ଟଙ୍କାର ମୋବାଇଲ ଓ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ପାଖରେ ଥିବା ଦୋକାନଗୁଡିକୁ ସୌଭାଗ୍ୟବଶତଃ ନିଆଁ ବ୍ୟାପିନଥିଲା ।  ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ସଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!