ଭୁବନେଶ୍ୱର ୦୧/୧୨: କୋଭିଡ଼୍ ନିୟମ ଅନୁପାଳନ କରି “ମୋ ବସ୍” ସେବା ଆରମ୍ଭ କରାଯିବ। ଆଜିଠାରୁ ରାଜ୍ୟର ସବୁ ରୁଟ୍ରେ ଚାଲିବ “ମୋ ବସ୍”। ଏନେଇ କ୍ୟାପିଟାଲ ରିଜିଅନ୍ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍ରେ ବସ୍ ଗଡ଼ିବନି ବୋଲି କୁହାଯାଇଛି । କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟତ କରିବ । ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ କିଛି ରୁଟ୍ରେ ମୋ ବସ୍ ଚଳାଚଳ ଆରମ୍ଭ କରାଯାଇଥିଲା । କରୋନା ଯୋଗୁଁ ଏହାର ଚଳାଚଳ ସାମୟିକ ସମୟ ପାଇଁ ବନ୍ଦ ରହିଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |