42

ଭୂକମ୍ପରେ ଥରିଲା ୨ଟି ଦେଶ

ନୂଆଦିଲ୍ଲୀ ୦୧।୧୨:  ଭାରତୀୟ  ସମୟଅନୁସାରେ ମଙ୍ଗଳବାର ଦିନ ସକାଳ ସମୟରେ ଋଷ୍ ଓ ଆର୍ଜେଣ୍ଟିନା‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେହିପରି ଆର୍ଜେଣ୍ଟିନାରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ମଙ୍ଗଳବାର ଦିନ ରୁଷ୍‌ ସହ ଆର୍ଜେଣ୍ଟିନା ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଆର୍ଜେଣ୍ଟିନାରେ ୬.୩ ତିବ୍ରତାର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଛି । ଏହା ଆର୍ଜେଣ୍ଟିନାର ସେନ୍‌ ଏଣ୍ଟୋନିୟୋ ଡି ଲସ କୋବରେରୁ ଦକ୍ଷିଣ-ପଶ୍ଚିମ-ପଶ୍ଚିମରେ ୭୬ କିମି ଦୂରରେ କେନ୍ଦ୍ରସ୍ଥଳୀ ରହିଛି । ଯାହାକି ଭାରତୀୟ ସମୟନୁସାରେ ସକାଳ ୪.୨୪ରେ ହୋଇଥିବା ସୂଚନା ରହିଛି । USGS ଅନୁଯାୟୀ,  ରୁଷର ସାଇଟୋଭସ୍କାୟା ଗାଭାନର ଦକ୍ଷିଣ-ପୂର୍ବରୁ  88 କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ର ରହିଛି। ଭାରତୀୟ ସମସଅନୁସାରେ ସକାଳ ୪.୨୪ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସେହିପରି ଗତ ମାର୍ଚ୍ଚ ମାସରେ ରୁଷ୍‌ ପୂର୍ବ ଅଞ୍ଚଳ କୁରିଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂକମ୍ପର ତିବ୍ରତା ୭.୫ ରେକର୍ଡ କରାଯାଇଥିଲା । ଭୂକମ୍ପର କେନ୍ଦ୍ର ପୃଥିବୀପୃଷ୍ଠଠାରୁ ୫୬,୭ କିମି ତଳେ ରହିଥିଲା । ଏହା ପରେ ୫,୬୦୦କିମି ଦୂରତା ପର୍ଯ୍ୟନ୍ତ ସୁନାମୀର ଆଲର୍ଟ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!