40

ଆଜି ବିଶ୍ବ ଏଡ୍‌ସ ଦିବସ

 ଭୁବନେଶ୍ବର: ଡିେସମ୍ବର ୧ ହେଉଛି ବିଶ୍ବ ଏଡସ ଦିବସ। ଧୀରେ ଧୀରେ ବିଗତ ବର୍ଷ ଅପେକ୍ଷା ଏହାର ହାର ସଂକୁଚିତ ହେଉଛି। ବର୍ତ୍ତମାନର ଶିକ୍ଷିତ ଯୁବପୀଢ଼ି ସଙ୍କୋଚ ନକରି ରୋଗ ପରୀକ୍ଷା କରି ଚିକିତ୍ସିତ ହେବା ଆରମ୍ଭ କରୁଛନ୍ତି। ୨୦୧୭ରେ ଜିଲ୍ଲାରେ ୪୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ‌ବେଳେ ୨୦୧୮ ଏହା କମି ୩୯ରେ ପହଞ୍ଚିଥିଲା। ୨୦୧୯ରେ ତାହା ହ୍ରାସ ପାଇକି ୩୫ରେ ପହଞ୍ଚି ଥିବା ବେଳେ ଚଳିତ ବର୍ଷ ମାତ୍ର ୧୬ ଜଣ ଚିହ୍ନଟ ହୋଇଛିନ୍ତି। ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ୧୩ଟି କେନ୍ଦ୍ରରେ ରୋଗ ପରୀକ୍ଷା କରାଯାଉଥିବା ବେଳେ ଚିହ୍ନଟ ରୋଗୀମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଔଷଧ ପ୍ରଦାନ କରାଯାଉଛି। ଜନସାଧାରଣଙ୍କୁ ସଚେତନ କରି କିପରି ରାଜ୍ୟ ତଥା ଦେଶରୁ ଏଡ଼ସ୍‌ ସଂକ୍ରମଣକୁ ମୂଳୋତ୍ପାଟନ କରାଯାଇ ପାରିବ ସେକ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୦ ଅକ୍ଟୋବର ଶେଷସୁଦ୍ଧା ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨,୦୬୭ ପହଞ୍ଚିଛି। ଗତବର୍ଷ ଏହି ସଂଖ୍ୟା ୪୯,୧୦୪ ଥିଲା। ଚଳିତବର୍ଷ ରାଜ୍ୟରେ ୨,୯୬୩ଟି ନୂଆ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ଚଳିତବର୍ଷ ଗଞ୍ଜାମ ଜିଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୬,୨୧୯ରେ ପହଞ୍ଚିଛି। ଗତବର୍ଷ ଜିଲାରେ ୧୫,୬୯୧ଟି ମାମଲା ଥିଲା। ଜିଲାରୁ ଅଧିକାଂଶ ଅଧିବାସୀ ବାହାର ରାଜ୍ୟକୁ କାମ ପାଇଁ ଯାଉଥିବାରୁ ସେଠାରୁ ସଂକ୍ରମିତ ହୋଇ ଫେରୁଛନ୍ତି। ଗଞ୍ଜାମକୁ ଛାଡିଦେଲେ ଅନୁଗୋଳରେ ୧୯୩୩, ବଲାଙ୍ଗୀରରେ ୧୬୬୩, ଭଦ୍ରକରେ ୧୦୧୦, ଖୋର୍ଦ୍ଧାରେ ୩୦୪୭, କୋରାପୁଟରେ ୨୬୦୪ ଏବଂ ବାଲେଶ୍ବର ଜିଲାରେ ୧୬୬୦ ସଂକ୍ରମିତ ଅଛନ୍ତି। ଅନ୍ୟ ଜିଲାରେ ସଂକ୍ରମଣ ଖୁବ୍ କମ୍‌ ରହିଛି। କରୋନା ଯୋଗୁଁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଘୋଷଣା କରାଯିବା ଦ୍ବାରା ଚଳିତ ବର୍ଷ ଧାର୍ଯ୍ୟଲକ୍ଷ୍ୟଠାରୁ ନମୁନା ପରୀକ୍ଷା ହ୍ରାସ ପାଇଛି। ୨୦୨୦-୨୧ବର୍ଷରେ ୩,୩୩,୪୧୧ ଜଣଙ୍କ ନମୁନାପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇ ଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ୨,୭୭,୯୨୨ ଜଣଙ୍କ ପରୀକ୍ଷା କରାଯାଇଛି। ଏଏନ୍‌ସିରେ ୪,୪୩,୧୭୫ ଜଣଙ୍କ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ଥିବାବେଳେ ୩,୨୭,୪୪୦ ଜଣଙ୍କ ପରୀକ୍ଷା ହୋଇଛି। ପରୀକ୍ଷା କମିବାର କାରଣ ସଂକ୍ରାନ୍ତରେ ଓସାକ୍ସ କହୁଛି କରୋନା ଯୋଗୁଁ ଲୋକ ହସ୍ପିଟାଲ ଆସି ପାରିଲେ ନାହିଁ। ଯଦ୍ବାରା ପରୀକ୍ଷା ହାର କମିଛି। ପୂର୍ବବର୍ଷ ଗୁଡିକରେ ନମୁନା ପରୀକ୍ଷା ଶତପ୍ରତିଶତ ଥିବାରୁ ଲକ୍ଷ୍ୟ ପୂରଣ ହୋଇ ପାରିଛି।ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ନିମିତ୍ତ ଅଦ୍ୟାବଧି ରାଜ୍ୟରେ ୧୫ଟି ଏଆଇଟି କେନ୍ଦ୍ର ଓ ୧୯ଟି ସଂଲଗ୍ନ ଏଆଇଟି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଛଡା ଚଳିତବର୍ଷ ୫ ନୂତନ ଏଆଇଟି କେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା ରହିଛି। ମିଳିତ ଜାତିସଂଘ ଓ ନାକୋର ନିର୍ଦେଶ ଅନୁସାରେ ୨୦୨୦ ସୁଦ୍ଧା ୯୦ ପ୍ରତିଶତ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ଭୂତାଣୁ ମାତ୍ରା ନିୟନ୍ତ୍ରଣ ଭିତରେ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯାହାକି ବର୍ତ୍ତମାନ ୮୫ ପ୍ରତିଶତ ହୋଇପାରିଛି। ଓଡ଼ିଶାରେ ଏଚଆଇଭିର ପ୍ରଭାବ ଶତକଡା ୦.୧୪ ଅଟେ। ଯାହାକି ଜାତୀୟ ହାର ଶତକଡା ୦.୨୨ରୁ କମ ଅଛି। ଚଳିତବର୍ଷ ରାଜ୍ୟରେ ୩,୧୧,୨୫୯ ଗର୍ଭବତୀଙ୍କ ନମୁନା ପରୀକ୍ଷା କରାଯାଇ ଥିବାବେଳେ ୨୨୮ ଏଚଆଇଭି ସଂକ୍ରମିତ ଚିହ୍ନଟ କରାଯାଇଛି। ଏନେଇ ଓସାକ୍ସ ନିର୍ଦେଶିକା ଡ.ସଞ୍ଜୁକ୍ତା ସାହୁ କହିଛନ୍ତି ରାଜ୍ୟରେ ସଂକ୍ରମଣ ମାମଲା ଅଧିକ ନାହିଁ। ଲୋକେ ସଚେତନ ହୋଇଥିବାରୁ ୨୦୩୦ ସୁଦ୍ଧା ମୂଳୋତ୍ପାଟନ କରାଯାଇ ପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!