33

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୭ ଗୁରୁତର

ବିଜାପୁର: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବିଜାପୁରଠାରେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ଜଣାଯାଇଛି ।  ଏହାର ଶିକାର ହୋଇଛି ଏକ ଯାତ୍ରୀବାହୀ ଯାନ। ବିସ୍ଫୋରଣରେ ଯାନଟି ଛିନ୍ନଛତ୍ର ହୋଇଯାଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ବିଜାପୁର ଜିଲା ରାଜପେଣ୍ଟା ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସମୟରେ ଟାଟା ସୁମୋ ନାମକ ଉକ୍ତ ଯାନରେ ଗାଡ଼ି ମାଲିକ ମହମ୍ମଦ ଇକବାଲ୍‌ ଅନସାରୀ ଏବଂ ମୋଟର ମେକାନିକ୍‌ ବଳରାମ ପ୍ରଧାନ ଥିଲେ। ଉଭୟେ ଏଥିରେ ଆହତ ହୋଇଛନ୍ତି। ଅନ୍‌ସାରୀଙ୍କର ଏକ ଟ୍ରକ ତରେମ୍‌ ଗାଁ ପାଖରେ ଖରାପ ହୋଇଯାଇଥିଲା। ତାହାର ମରାମତି କରିବା ଲାଗି ସେ ବଳରାମଙ୍କୁ ସାଥୀରେ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଓବାଦୀମାନେ ପୁଲିସ ଯାନକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଯାତ୍ରୀବାହୀ ଯାନଟି ଏହାର ଶିକାର ହୋଇଥିବା କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!