19

ଡିସେମ୍ବର ୪ରେ ତାମିଲନାଡୁ ଉପକୂଳ ଛୁଇଁବ ‘ବୁରେବି’

ନୂଆଦିଲ୍ଲୀ : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ଡିସେମ୍ବର ୪ ତାରିଖ ଶୁକ୍ରବାର ଦିନ ତାମିଲନାଡୁ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ନାମକରଣ କରିଛି ମାଳଦ୍ୱୀପ । ଡିସେମ୍ବର ୨ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ତ୍ରିଙ୍କୋମାଲୀ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୯୫ କିଲୋମିଟର ଝୁଙ୍କ ସହ ବତାସର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିପାରେ । ଏହାପରେ ‘ବୁରେବି’ ପଶ୍ଚିମ ପ୍ରାନ୍ତକୁ ଗତିକରି ଡିସେମ୍ବର ୩ ତାରିଖ ସକାଳେ ମାନ୍ନର ଉପସାଗର ଏବଂ ତତ୍‌ସଂଲଗ୍ନ କମୋରିନ୍‌ ଅଞ୍ଚଳରେ ପହଞ୍ଚିବ। ସେଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତିକରିବା ପରେ ଡିସେମ୍ବର ୪ ତାରିଖ ପ୍ରତ୍ୟୁଷରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!