ରାଜକନିକା,୨/୧୨: ରାଜକନିକା ବ୍ଲକ୍ ଅନ୍ତର୍ଗତ କାଟଣା ଠାରେ ଆଳି ନିର୍ବାଚନ ମଣ୍ଡଳୀ ବିଜେପିର ପୂର୍ବ କନିକା ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଆଳିର ପୂର୍ବତନ ବିଧାୟକ ତଥା ବିଜେପି ନେତା ଦୋଳଗୋବିନ୍ଦ ନାୟକ ଉଦ୍ଘାଟନ କରି ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା ସହିତ ଅଂଚଳର ଉନ୍ନତି କରିବାକୁ ଆହ୍ୱାନ ଦେଇଥିଲେ । ଯୁବବର୍ଗମାନେ ଶୃଙ୍ଖଳିତ ଭାବେ ଜୀବନ ଅତିବାହିତ କରିବା ଦରକାର । ବିଜେପି ସେହି ମହାନ ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜେପେୟୀଙ୍କ ଠାରୁ ଆଜିର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷ ବିଜେପିର ଅନୁଶାସନ ଏବଂ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିବାର ଶ୍ରୀନାୟକ କହିଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ବ୍ରଜସୁନ୍ଦର ଭୂୟାଁ, କେନ୍ଦ୍ରାପଡ଼ା ଜିଲା ସଂପାଦକ ଶଶାଙ୍କ ଶେଖର ସେଠୀ, ଜିଲା ଉପସଭାପତି ଭକ୍ତବନ୍ଧୁ ମିଶ୍ର ଏବଂ ଜିଲା ଆଇଟି ସେଲର ସଂଯୋଜକ ଅଭିମନ୍ୟୁ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ବିଜେପି ଦଳର କାର୍ଯ୍ୟଧାରା ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ । ଦେଶର ଉନ୍ନତି ପାଇଁ ବିଜେପି ହିଁ ତାର ପ୍ରଚେଷ୍ଠା ଜାରି ରଖିଛି । ଆମ ଦେଶର ସୁରକ୍ଷା କବଚ କହିଲେ ବିଜେପି ବୋଲି ମତବ୍ୟକ୍ତ କରିଛନ୍ତି । ୨୯ ନମ୍ବର ଜୋନ୍ ସଭାପତି ନିହାର ରଞ୍ଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲା ମହିଳା ମୋର୍ଚ୍ଚା ସଂପାଦିକା ପ୍ରିୟଦର୍ଶନୀ ନନ୍ଦ, ୨୮ ନମ୍ବର ଜୋନ୍ ସଭାପତ ରାଜେନ୍ଦ୍ର ବେହେରା, ଯୁବମୋର୍ଚ୍ଚାର ଜିଲା ଉପସଭାପତି ନିହାର ରଞ୍ଜନ ସ୍ୱାଇଁ, ଶିବିର ପ୍ରମୁଖ ପ୍ରକାଶ ଦାସ, ବର୍ଗ ନିୟନ୍ତ୍ରକ କିଶାନ ରାଉତ, ବ୍ୟବସ୍ଥା ପ୍ରମୁଖ ସମୀର କୁମାର ପଣ୍ଡା, କାର୍ଯ୍ୟକର୍ତ୍ଥା ନିରଞ୍ଜନ ବିଶ୍ୱାଳ ଏବଂ ବରିଷ୍ଠ ସଦସ୍ୟ ବେଣୁଧର ପରିଡ଼ା ଯୋଗଦେଇଥିଲେ । ୨୯ ନମ୍ବର ଜୋନ୍ର ସମସ୍ତ କର୍ମକର୍ତ୍ଥାମାନେ ଏହି ଶିବର ପରିଚାଳନା କରିବା ସହିତ ଉପସ୍ଥିତ ରହିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |