52

ମାୟାନଗରୀ ମାୟାରେ କେନ୍ଦ୍ରାପଡ଼ାର ଜ୍ୟୋତିର୍ମୟୀ

କେନ୍ଦ୍ରାପଡ଼ା,୨/ ୧୨: କେନ୍ଦ୍ରାପଡ଼ାରୁ ମାୟାନଗରୀ ମୁମ୍ବାଇ । ରାସ୍ତା ବହୁତ ଲମ୍ବା, ଯାତ୍ରା ବି କଠିନ । ତଥାପି ସଫଳ ହୋଇଛନ୍ତି ନାୟିକା ଜ୍ୟୋତିର୍ମୟୀ ବଳ । ମିସ୍‌ ଇଣ୍ଡିଆ ହେବାର ସ୍ୱପ୍ନ ତାଙ୍କୁ ଏ ପଥରେ ବାଟ କଢ଼େଇ ନେଇଛି । ଆଉ ସେ ପହଞ୍ଚି ଯାଇଛନ୍ତି ଭିନ୍ନ ଏକ ସ୍ଥାନରେ । ଗୁରୁଜନଙ୍କ ଆଶୀର୍ବାଦ ଓ ପରିବାର ଲୋକଙ୍କ ସମର୍ଥନ ତାଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛି । ମଡେଲିଂ ଦୁନିଆରେ ଦୀର୍ଘ ୩ବର୍ଷ ସଂଘର୍ଷ କରିବା ପରେ ସେ ହୋଇଥିଲେ ମୁଁ ମିସ୍‌ ଓଡ଼ିଶା-୨୦୧୪ର ବିଜେତା । ପିନ୍ଧିଥିଲେ ବିଜୟୀ ମୁକୁଟ । ଏହାପରେ ସେ ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ । ଅଭିନେତା ଅରିନ୍ଦମଙ୍କ ସିନେମା ‘କଳ୍‌କୀ’ରେ ପାଇଥିଲେ ସୁଯୋଗ । ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରି ନିଜ ଅଭିନୟ ଦକ୍ଷତାକୁ ଜାହିର କରିଥିବା ଜ୍ୟୋତିର୍ମୟୀ ପରେ ‘ଆଖି ବୁଜିଦେଲେ ତୁ’ରେ ପୁପିନ୍ଦରଙ୍କ ସହ ନଜର ଆସିଲେ । କିନ୍ତୁ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ୍‌ ହୋଇନଥିଲେ । ଏମ୍‌ବିଏ କରିବା ସହ ମଡେଲିଂ ଦୁନିଆରେ ଧୀରେ ଧୀରେ ଆଗେଇ ଚାଲିଥିଲେ । ମିସ୍‌ ଗ୍ଲୋବାଲ୍‌ ଇଣ୍ଡିଆ-୨୦୧୫, ମିସ୍‌ ଏକ୍‌ଜିକ୍ୟୁଟ୍‌ ଇଣ୍ଡିଆ-୨୦୧୫, ଗ୍ଲାଡ୍ରଗ୍ସ ମେଗାମଡେଲ୍‌ ଟପ୍‌-୨୦ ଫାଇନାଲିଷ୍ଟ ରହିବା ସହ ମୁମ୍ବାଇରେ ବିଭିନ୍ନ ଆଡ୍‌ ଫିଲ୍ମ ଏବଂ ଭିନ୍ନ ବ୍ରାଣ୍ଡ୍‌ ପାଇଁ କାମ କରୁଛନ୍ତି । ଆଗକୁ ତାଙ୍କର ବହୁତ କିଛି ଲକ୍ଷ୍ୟ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!