ମାଲକାନଗିରି,୨/୧୨(ଶ୍ରୀନିବାସ ପଣ୍ଡା):ଦୀର୍ଘ ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାରେ level-5(A) ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା । ଓଡ଼ିଶାର କେତେକ ଜିଲ୍ଲାରେ ଏହି ପଦୋନ୍ନତି ତାଲିକା ବହୁ ଦିନ ପୂର୍ବରୁ ପ୍ରକାଶ ପାଇସାରିଛି କିନ୍ତୁ ମାଲକାନଗିରି ଜିଲ୍ଲାରେ ପଦୋନ୍ନତି ତାଲିକାକୁ ବାରମ୍ବାର ବଦଳା ଯିବା ପରେ ଯେଉଁ ତାଲିକା ପ୍ରକାଶ ପାଇଲା, ତାହା ମଧ୍ୟରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି।ସମାଜର ଅବହେଳିତ ଜନଜାତି ତଥା ଅନୁସୂଚିତ ଜନଜାତି ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ଅନୀୟମିତତା ଦେଖା ଯିବା ସହ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।ବିଶେଷ କରି ପ୍ରକାଶିତ ତାଲିଲାରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଘୋର ଅନ୍ୟାୟ ହୋଇଥିବା ଅଭିଯୋଗ ହୋଇଛି।ଏହାର ସତ୍ୟାସତ୍ୟର ତର୍ଜମା କରିବା ପାଇଁ ମାଲକାନଗିରି ଜିଲ୍ଲା ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସଭାପତି ନିରଞ୍ଜନ ମଲ୍ଲ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |