28

ଭରଚୁଆଲ ମାଧ୍ୟମରେ ଡିସେମ୍ବର୫,୬,୭ରେ ୭୩ ତମ ବାର୍ଷିକ ନିରଙ୍କାରୀ ସନ୍ଥ ସମାଗମ

ନୂଆଦିଲ୍ଲୀ, ୨/୧୨ : ସଦଗୁରୁ ମାତା ସୁଦିକ୍ଷା ଜୀ ମହାରାଜ ଙ୍କ ଆଶୀର୍ବାଦରେ ଚଳିତ ବର୍ଷ ୭୩ ତମ ବାର୍ଷିକ ନିରଙ୍କାରି ସନ୍ଥ ସମାଗମ ଭରଚୁଆଲ ରୂପେ ଆସନ୍ତା ଡିସେମ୍ବର ୫ ,୬, ୭ ତାରିଖରେ ସମାପନ ପାଇଁ ଆୟୋଜନ କରାଯାଇଛି । କାରୋନା ମହାମାରୀର ସଂକ୍ରମଣ କୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଜାରି ଦିଶା ନିର୍ଦେଶକୁ ଧ୍ୟାନରେ ରଖି ଏହି ସମାଗମ ଭରଚୁଆଲ ରୂପେ ଆୟୋଜନ କରାଯିବ, ଯେପରି ବିଶ୍ଵ ସାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଘରେ ବସି ଅନଲାଇନ ମାଧ୍ୟମରେ ଦେଖି ପାରିବେ । ନିରଙ୍କାରୀ ମିଶନର ଇତିହାସରେ ବାର୍ଷିକ ନିରଙ୍କାରି ସନ୍ଥ ସମାଗମ ଭରଚୁଆଲ ରୂପେ ଆୟୋଜନ କରାଯାଇଛି । ଏହି ସୂଚନା ଜାଣି ସମସ୍ତ ସାଧୁ ସଙ୍ଗ ମାନଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି । ସମ୍ପୂର୍ଣ ସମାଗର ପ୍ରସାରଣ ମିଶନର ୱେବ୍ସାଇଟରେ ୨୦୨୦ ଡିସେମ୍ବର ୫,୬,୭ ତାରିଖରେ ପ୍ରସାରଣ କରାଯିବ । ଏହା ବ୍ୟତୀତ ଏହି ସମାଗମ ସଂସ୍କାର ଟିଭି ଚ୍ୟାନେଲ (Sanskar TV channel) ରେ ୨୦୨୦ ଡିସେମ୍ବର ୫,୬,୭ ତାରିଖର ସନ୍ଧ୍ୟା 5 ଟା 30 ରୁ ରାତି 9 ଟା ପର୍ଯ୍ୟନ୍ତ ପ୍ରସାରଣ କରାଯିବ ।
ଭାରତର ବିଭାଜନ ପରେ ୧୯୪୮ ମସିହାରେ ବାବା ଅବତାର ସିଂହ ଜୀ ମହାରାଜ ଦିଲ୍ଲୀର ପାହାଡଗଞ୍ଜ ଠାରେ ସନ୍ଥ ନିରଙ୍କାରି ମଣ୍ଡଳର ସ୍ଥାପନା କରିଥିଲେ । ୧୯୪୮ ମସିହାରେ ହିଁ ମିଶନର ପ୍ରଥମ ନିରଙ୍କାରି ସନ୍ଥ ସମାଗମ ହୋଇଥିଲା। ୯୧ ବର୍ଷ ପୂର୍ବେ ବାବା ବୁଟା ସିଂହଙ୍କ ଦ୍ଵାରା ରୋପଣ କରାଯାଇଥିବା ନିରୋଳା ଭକ୍ତିର ବୃକ୍ଷକୁ ଧର୍ଯ୍ୟ, ସନ୍ତୋଷ ଓ ଗୁରୁମତର ପାଣି ବାବା ଅବତାର ସିଂହ ଜୀ ସିଞ୍ଚନ କରିଥିଲେ, ସେହି ବୃକ୍ଷକୁ ସହନଶୀଳତା ଓ ନମ୍ରତାର ପୋଷଣ ଦେଇ ବାବା ଗୁରୁବାଚନ ସିଂହ ଜୀ ବଢାଇଥିଲେ ଏବଂ ପ୍ରେମ ଓ ଭାଇଚାରାରେ ଏହି ବୃକ୍ଷକୁ ବାବା ହରଦେବ ସିଂହ ଜୀ ମହାରାଜ ବିଶାଳ ଛାୟା ପ୍ରଦାନକାରୀରେ ପରିଣତକରିଛନ୍ତି, ଏହି ବୃକ୍ଷକୁ ପୁଣି ସଜାଇବାକୁ ମାତା ସବିନ୍ଦର ହରଦେବ ଜୀ ଙ୍କ କାନ୍ଧରେ ନେଇ ଖୁବ ସୁନ୍ଦର ସମ୍ପନ୍ନ କରିଥିଲେ । ବର୍ତମାନ ସଦ୍-ଗୁରୁ ମାତା ସୁଦିକ୍ଷା ଜୀ ମହାରାଜ ସେହି ତେଜ ଓ ତନ୍ମୟତା ରୂପରେ ଆଗକୁ ବଢାଉଛନ୍ତି ।
ଏହି ବର୍ଷ ସମାଗମର ମୁଖ୍ୟ ବିଷୟ ‘ସ୍ଥିରତା’ ଅଟେ । ସନ୍ଥ ନିରଙ୍କାରୀ ମିଶସନ ଆଧ୍ୟାତ୍ମିକ ଜାଗରଣ ଜରିଆରେ ସାରା ବିଶ୍ଵରେ ସତ୍ୟ, ପ୍ରେମ, ଏକତାର ସନ୍ଦେଶ ଦେଉଅଛି । ଯେପରି ପରମେଶ୍ଵର ସ୍ଥିର ଓ ଏହି ସଂସାରରେ ଅନ୍ୟ ସମସ୍ତ ଗତିଶୀଳ, ଅସ୍ଥିର ଓ ପରିବର୍ତ୍ତନଶୀଳ; ତେବେ ଯିଏ ସ୍ଥିର ଅଟନ୍ତି ଏହାଙ୍କ ସହ ଯୋଡିହୋଇ ସ୍ଥିରତା ପ୍ରାପ୍ତ କରାଯାଇ ପାରେ । ଆଜିକାଲିର ଆଧୁନିକ ପରିବେଶରେ, ଯେଉଁଠି ସଂସାର ଗତିଶୀଳ ସହ ଅସ୍ଥିର ହୋଇ ଚାଲିଛି, ସେଇଠି ମଣିଷର ମନ ଆଧ୍ୟାତ୍ମିକ ରୂପରେ ସ୍ଥିର ହେବାର ଆବଶ୍ୟକତା ଅଛି । ସଦ୍-ଗୁରୁ ମାତା ସୁଦିକ୍ଷା ଜୀ ମହାରାଜ, ଜୀବନରେ ସ୍ଥିରତା ସମ୍ପର୍କରେ କହନ୍ତି ଯେ – ଯେଉ ବୃକ୍ଷର ମୂଳ ମଜଭୁତ ହୋଇଥାଏ ସେ ସର୍ବଦା ସ୍ଥିର ହୋଇ ରହିଥାଏ । ଯେତେ ଅଧିକରୁ ଅଧିକ ଝଡ ପବନରେ ମଧ୍ୟ ସ୍ଥିର ରହିପାରେ । ସେହିପରି ଯେଉ ମନୁଷ୍ୟ ବ୍ରହ୍ମଜ୍ଞାନ ପ୍ରାପ୍ତକରି ଏହି ନିରାକାରଙ୍କ ସହ ନିଜର ସମ୍ପର୍କ ସର୍ବଦା ଏକ ରୂପରେ ରଖିଥାନ୍ତି, ତାଙ୍କର ଜୀବନରେ ଯେପରିବି ପରିସ୍ଥିତି ଆସିଲେ ମଧ୍ୟ ନିରାକାର ପ୍ରଭୁଙ୍କ ସାହାରା ନେଇ ସ୍ଥିରତା ପ୍ରାପ୍ତ କରିନିଅନ୍ତି ।
ସନ୍ଥ ନିରଙ୍କାରୀ ମିଶସନ ସର୍ବଦା ସମାଜ ସେବାରେ ଅଗ୍ରଣୀ ରହିଛି । ଏଇଥି ପାଇଁ ସର୍ବଦା ପ୍ରଶଂସାର ପାତ୍ର ହୋଇଛି । ମିଶସନର ସମସ୍ତ ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନିୟମିତ ରୂପରେ ସନ୍ଥ ନିରଙ୍କାରୀ ଚ୍ୟାରିଟେବୁଲ ଫାଉଣ୍ଡେସନର ଅନ୍ତର୍ଗତରେ, ଜନକଲ୍ୟାଣ ପାଇଁ ଉଚ୍ଛର୍ଗୀକୃତ । ଯେଉଥିରେ ସୋଚ୍ଛତା ଅଭିଯାନ, ବୃକ୍ଷରୋପଣ, ରକ୍ତ ଦାନ ବ୍ୟତିତ କୌଣସି ପ୍ରକାରର ପ୍ରାକୃତିକ ବିପଦ ଯଥା ଭୂମିକମ୍ପ, ବନ୍ୟା, ବାତ୍ୟା, ସୁନାମୀ ଆଦିରେ ପୀଡିତଙ୍କ ପାଇଁ ମିଶସନ ତରଫରୁ ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଉଛି ।
କାରୋନା ପରି ବିଶ୍ଵର ବିପଦରେ ସନ୍ଥ ନିରଙ୍କାରୀ ମିଶସନ, ସରକାରଙ୍କ ଦ୍ଵାରା ଦିଆଯାଇଥିବା ଦିଶା ନିର୍ଦେଶ ଅନୁସାରେ ସାମାଜିକ ଦୁରତା (ଦୋ ଗଜକୀ ଦୁରୀ – ମାସ୍କ ହେ ଜରୁରୀ) କୁ ପାଳନକରି ଜନକଲ୍ୟାଣ କରି ଚାଲିଛି, ଯେଉଥିରେ ରକ୍ତ ଦାନ ଶିବିର, ରୋଷେଇ ସାମଗ୍ରୀ ବିତରଣ, ଏବଂ ନିରଙ୍କାରୀ ସତ୍-ସଙ୍ଗ ଭବନ ମାନଙ୍କୁ ସଙ୍ଗରୋଧ କେନ୍ଦ୍ର କରିବା ପାଇଁ ପ୍ରଦାନ କରାଯାଇଛି । ପ୍ରବାସୀ ଶରଣାର୍ଥୀ ମାନଙ୍କ ପାଇଁ ଆଶ୍ରୟ ଓ ଖାଇବା-ପିଇବାର ଉଚିତ ବ୍ୟବସ୍ଥା କରିଛି । ଏହା ଛଡା ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଏହି ସେବା ଏବେବି ଜାରି ରହିଛି ।
ଦେଶ ବିଦେଶର ନିରଙ୍କାରୀ ସଦସ୍ୟଙ୍କୁ ଏହି ଭରଚୁଆଲ ସମାଗମକୁ ଉଚ୍ଛୁକତାର ସହ ଅପେକ୍ଷା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!